Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Abstract Comedy Drama

4.0  

Kali Kumar

Abstract Comedy Drama

ଅଚିନ୍ତ ସାର୍ ! ମୁଁ କରିମି କିସ

ଅଚିନ୍ତ ସାର୍ ! ମୁଁ କରିମି କିସ

2 mins
254


ଅଚିନ୍ତା ସାର୍ ମୁଁ କରିମି କିସ

ଦେଖି ଆପଣଙ୍କ ଢ଼ିମା ଢ଼ିମା ଆଖି,

ପୁଣି ଜୁଆଳିଆ ନିଶ

ଚେତା ଉଡ଼େ, ମୁଁ ହୁଏ ବେହୁଶ

ଅଚିନ୍ତା ସାର୍ ମୁଁ କରିମି କିସ,

ତା ସାଙ୍ଗକୁ,

ଗଣିତର ଏହି ଯୋଗ,ବିୟୋଗ,ହରଣ,ଗୁଣନ,ଭଗ୍ନାଂଶ

ଚେତା ଉଡ଼େ, ମୁଁ ହୁଏ ବେହୁଶ

ଅଚିନ୍ତା ସାର୍ ମୁଁ କରିମି କିସ, ଅଚିନ୍ତା ସାର୍ ମୁଁ କରିମି କିସ ।।

ବିଜ୍ଞାନର ସେହି ନାନା ସାଙ୍କେତିକ,ନାନା ପ୍ରତୀକ,

ବସ୍ତୁ ପୁଣି ଭିନ୍ନ ଧରଣର,

ଯୌଗିକ, ମୌଳିକ, ଭୌତିକ, ଅଭୌତିକ

ଏତେ ସବୁ ପଢ଼ିଲେ ମୋର ହୋଇବ କିସ

ଅଚିନ୍ତା ସାର୍ ମୁଁ କରିମି କିସ, ଅଚିନ୍ତା ସାର୍ ମୁଁ କରିମି କିସ ।।

ବଡ଼ ଲୋକଙ୍କ ଜୀବନ କଥା

ସାଙ୍ଗକୁ ପୁଣି ମହାନ୍ ବାର୍ତ୍ତା

ରକ୍ତଚାପ ବଢ଼େ, ବିନ୍ଧଇ ମଥା

କିଏବା, ବୁଝୁଛି ଏତେ ଗୁମର କଥା

ଏସବୁ ଜାଣିଲେ, ଫାଇଦା ନାହିଁ ,କିଛି ବିଶେଷ

ବର୍ତ୍ତମାନ ଅନ୍ଧାର, ଭବିଷ୍ୟତ ମୋର ହୋଇବ କିସ

ଅଚିନ୍ତା ସାର୍ ମୁଁ କରିମି କିସ,

ଦେଖି ଆପଣଙ୍କ ଜୁଆଳିଆ ନିଶ

ଚେତା ଉଡ଼େ, ମୁଁ ହୁଏ ବେହୁସ

ଅଚିନ୍ତା ସାର୍ ମୁଁ କରିମି କିସ, ଅଚିନ୍ତା ସାର୍ ମୁଁ କରିମି କିସ ।।

ଖାଲି ଏତିକି ନୁହଁ, ଖାଲି ଏତିକି ନୁହଁ,

ପୁଣି ରହିଛି,

ଇଂରାଜୀର କେତେ କେତେ ନିୟମ, କେତେ କାନୁନ

ଏ ପାଠ ପଢ଼ା, ମୋ ପାଇଁ ଯେ,ଗହନ ବନ

ସେଥିରେ ଜମା ମୋ ଲାଗେନା ମନ

ତା' ସହ;

ପ୍ରେଜେଣ୍ଟ ପାଷ୍ଟ ଫ୍ୟୁଚର ଟେନ୍_ସ

ଏସବୁଠୁ ଭଲ ଆମ ବିଲ ବାଡ଼ିରେ ଚାଷ

ସାଙ୍ଗସାଥି ମୋର ହଳ,ଲଙ୍ଗଳ,ବଳଦ,ଈଷ

ସେଠି, ଚେତା ଉଡ଼େ ନାହିଁ, କି, ମୁଁ ହୁଏନା ବେହୁଶ

କିନ୍ତୁ ! କିନ୍ତୁ !

ଦେହ ହାତ ଜଳା-ପୋଡ଼ା,ବିନ୍ଧା-ଛେଚା,

ଯନ୍ତ୍ରଣା, ହୁଏ ଟିକିଏ ଅବଶ୍ୟ,

ତଥାପି, ମନେ ମୋର ଥାଏ ହର୍ଷ, ଉଲ୍ଲାସ

ଅଚିନ୍ତା ସାର୍ ମୁଁ କରିମି କିସ, ଅଚିନ୍ତା ସାର୍ ମୁଁ କରିମି କିସ ।।

ତା' ଠୁ ଭଲ ଯାହା କରିଆସିଛନ୍ତି,

ମୋ ବାପ ଦାଦା ଅଜା ଚଉଦ ପୁରୁଷ

ଆମ ନୌକା, ନଦୀ,ଜାଲ,ମାଛଧରା ଓ ମାଛ ଚାଷ

ଦମ୍ଭେ ଚାଲେ ମୁଁ, ଫୁଲେଇ ନିଶ

ମିଞ୍ଜାଜ୍ ଗରମ ହୁଏ ନା, କି ମୋତେ ଲାଗେନା ବିଷ

ଚେତା ଉଡ଼େ ନାହିଁ, ହୁଏନା ବେହୁଶ

କୁହ ! ସାର୍, କୁହ !

ଏଛୁଣ୍ ମୁଁ କରିମି କିସ,

ବର୍ତ୍ତମାନ ଅନ୍ଧାର, ଭବିଷ୍ୟତ ମୋର ହୋଇବ କିସ

ଅଚିନ୍ତା ସାର୍ ମୁଁ କରିମି କିସ, ଅଚିନ୍ତା ସାର୍ ମୁଁ କରିମି କିସ ।।


Rate this content
Log in