Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Abstract Comedy Classics

4.0  

Kali Kumar

Abstract Comedy Classics

ମାଷ୍ଟ୍ରୁ ଙ୍କ ପ୍ରଶ୍ନବାଣ

ମାଷ୍ଟ୍ରୁ ଙ୍କ ପ୍ରଶ୍ନବାଣ

2 mins
166


ଦିନେ ଭଉଣୀ ମୋ ପଚାରିଲା,

" ଭାଇ ! କଥା ଗୁଟେ ପଚାରିମି, କହିବୁ ସତ "

କଥା କଥାକେ, ପ୍ରଶ୍ନ ପଚାରୁ, କାହିଁକି କହ ତ ?"

" କଅଣ ! ପାଠ ପଢ଼ିଚୁ ବୋଲି, ଏଇଟା ତା'ର ନିର୍ଦଶନ

ନା , ପ୍ରଶ୍ନ ପଚାରିବାଟା, ତୋର ଏକ ବଦ୍ ଗୁଣ ?"

ମୁଁ କହିଲି,

" ଦେଖ୍ ! ବାୟାଣୀ, କହୁଛି ଶୁନ୍ ! ଏୟା ପଛର ଗୂଢ଼ ରହସ୍ୟ କଥା

କାହିଁକି ପ୍ରଶ୍ନ ପଚାରେ ଆଉ ମୋ ମନର ବ୍ୟଥା "

ତୁ ଜାଣିଅଛୁ ,

ମୁଁ ଗୁଟେ ଅତି ସାମାନ୍ୟ ମାଷ୍ଟ୍ରୁ ମାତର (ମାତ୍ର)

ସେହି ଦୃଷ୍ଟିରୁ କେହି ଆମକୁ କରେନା ଖାତାର

ଆମେ ନହୁଁ ବେଶୀ ସନମାନର ପାତର (ପାତ୍ର)

ହୋଇଥିଲେ, ଡାକତର, ଇଞ୍ଜିନିୟର ଅବା ନେତା କି ମନ୍_ତିରି

ଦେଖିଥାନ୍ତୁ, କେତେ ସନମାନ, ପୁଣି କେତେଯେ ଖାତିରି

ତାଙ୍କ ପରି ସନମାନ, ଖାତିରି ପାଇଁ ନାହିଁ ଆମ ସୌଭାଗ୍ୟ

ଖାଲି ପ୍ରଶ୍ନବାଣଟା ପାଇଁ ହିଁ ଆମେ ଭୋଗ୍ୟ

ତେଣୁ ମାଷ୍ଟ୍ରୁ ଅସ୍ତିତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ

ଅନେକ ସମୟରେ ପ୍ରଶ୍ନର ଆଶ୍ରା ନେଇଥାଏ ମୁହିଁ ।।

ଆଉ ମୁଁ ପରା ଜଣେ ସାର୍

ତେଣୁ, ସେହି ଦୃଷ୍ଟିରୁ ମଧ୍ୟ

ପ୍ରଶ୍ନ ପଚାରିବାଟା ନିହାତି ଦରକାର ,

ଆଉ ଯଦି ପ୍ରଶ୍ନଟା ନ ପଚାରିବ

ସାର୍ , ବୋଲି ଲୋକେ ତୁମକୁ,କେମିତି ଜାଣିବ ?

ତେଣୁ ପାଠ ଜାଣ-କି ନା ଜାଣ,

ପ୍ରଶ୍ନଟା ଆଗ ପଚାରିବ

ତେବେ ଯାଇ,

ତୁମ ସଂକୀର୍ଣ୍ଣ ବିଦ୍ୟାର ବିସ୍ତୃତ ପରିସୀମା ଜଣା ପଡ଼ିବ

ଆଉ ସମ୍ମୁଖେ ଥିବା ଲୋକ ଭୟବିତ ହେବ

ପ୍ରଶ୍ନ ଡରରେ କେବେ ପାଠ ନ ପଚାରିବ ।।

ତେଣୁ !

କେହି ପଚାରିବା ପୂର୍ବରୁ ମୁଁ ରଖିଦିଏ ଏକ ଜଟିଳ ପ୍ରଶ୍ନପତ୍ର

କାରଣ,

ସାର୍ ଙ୍କ ପାଇଁ ଏଇଟା ହିଁ ସବୁଠୁ ଅମୁକ ଅସ୍ତ୍ର

ଏସମସ୍ତ ବିଷୟବସ୍ତୁକୁ ନେଇ

ଅଧିକାଂଶ ମାଷ୍ଟ୍ରୁ ପ୍ରଶ୍ନ ପଚାରିଥାଇ,

ତା' ଛଡ଼ା ଆଉ କିଛି କାରଣ ନାହିଁ

ତା' ଛଡ଼ା ଆଉ କିଛି କାରଣ ନାହିଁ । ।


Rate this content
Log in

Similar oriya poem from Abstract