STORYMIRROR

Kali Kumar

Comedy Romance

3  

Kali Kumar

Comedy Romance

ପରକୀୟା

ପରକୀୟା

2 mins
361

ଶୀତୁଆ ସକାଳରେ ପତ୍ନୀଙ୍କୁ କହିଲି ଚାହା କପେ ଆଣ ! 

ହଁ  ଶୁଣ !

ଆଜି ପୁଣି ଚିନି ବଦଳେ ଚାହାରେ ପକାଇବନି ଲୁଣ 

ମୁଁ ଜାଣେ ଛୋଟ ଛୋଟ କଥା ଭୁଲିବାଟା ଏବେ

ତୁମର ଗୋଟାଏ ପାଲଟିଲାଣି ବଦଗୁଣ;

ତେଣୁ ପୂର୍ବରୁ କରେଇ ଦେଲି ସାବଧାନ  

ଚିନି ବଦଳେ ଆଜି ଚାହାରେ ପକାଇବନି ଲୁଣ ।। 


ରାଗି ଯାଇ ପତ୍ନୀ ମୋ କହିଲେ "କଅଣ!"

ଆରେ ! ଯଦି ତୁମେ ଜାଣ ଯେ  

କଥା ଭୁଲିବା ମୋର ଗୋଟାଏ ବଦଗୁଣ 

ତେବେ କାହିଁକି ଏକା ପ୍ରକାର ଡବା ତୁମେ କିଣ ? 


ଗୋଟିଏ ପ୍ରକାର ଡବାରେ ତ ଅଛି ବୋଲି ଚିନି ଆଉ ଲୁଣ

ମୁଁ ସିନା ଅଯଥାରେ ହେଉଛି ହଇରାଣ ! 


ଡବା ଯଦି ଏକା ହେଲା  

ତେବେ ଚିନି ଆଉ ଲୁଣର ରଙ୍ଗ ଦିଅ ବଦଳାଇ

ତାହେଲେ ତ ମୁଁ ଆଉ ଏମିତି ଦ୍ଵନ୍ଦ୍ୱରେ ପଡ଼ନ୍ତି ନାହିଁ । 


ଏବେ କୁହ ଭୁଲଟା ତୁମର ନା ମୋର ? 


କହିଲି ସବୁ ଭୁଲ ତ ମୋର  

ହଉ ! ଠିକ୍ ଅଛି  

ଚାହା ସହିତ ଆଣିବ ଗତକାଲିର ନ୍ୟୁଜ୍ ପେପର

ଦେଖିବା ! କ'ଣ ସବୁ ଥିଲା ଗତକାଲିର ମୁଖ୍ୟ ଖବର । 


ଅନ୍ତିମ ମ୍ୟାଚରେ ବିଜୟ ସହିତ

କୋହଲି ବାହିନୀ ଫେରୁଛନ୍ତି ଘର 

ଗଂଠୁଲିରେ କପ୍ ନୁହଁ ବରଂ ଅଛି 

ଆଗାମୀ ଶୀତ ପାଇଁ କମ୍ବଳ ମଫଲର ଆଉ ସ୍ୱେଟର; 


ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟୁରୁଲ ଦର 

ଲୋକେ ତେଣେ କ୍ଷୋଭରେ ଭାଙ୍ଗିବାକୁ ଲାଗିଲେଣି ସର୍କାରୀ ଘର; 


ଆଗାମୀ ନିର୍ବାଚନରେ B. j. P. କୁ B. J. D. ର ଡର

ସୁରଙ୍କ ଦାବୀ ତେଣେ କଂଗ୍ରେସ ହିଁ ଗଢ଼ି ପାରେ ରାଜ୍ୟରେ ସର୍କାର   

ଏକା ନ ହେଲେବି ମିଳିମିଶି ଲଢ଼ିବୁ  

ନବୀନ ଉପରେ ବଜ୍ର ନହେଲେ ବି 

ଗଣ୍ଡିଆ ଠେଙ୍ଗାରେ ପ୍ରହାର କରିବୁ; 


ଆଉ ଶେଷ ଖବର  

କୋଟିପତିଙ୍କ ପତ୍ନୀ ଅଟୋ ଚାଳକ ପ୍ରେମିକ ସହ ହେଇଛି ଫେରାର" 


ମନେ ମନେ କହିଲି 

"ବାଃ ! ଏଇଟା ହିଁ ତ ଗତକାଲିର ତାଜା ଖବର "

ଦୁଷ୍କର୍ମ ଦୁର୍ନୀତି ବ୍ୟଭିଚାର ପରେ ଏବେ 

ପରକୀୟା ପ୍ରୀତିର ସୁଦୀର୍ଘ ବିସ୍ତାର  

ଦିନୁ ଦିନ ବଢ଼ିବାରେ ଲାଗିଛି ତା' ଅବୟବ ଓ କଳେବର ।। 


ମାଇଁ ସହ ଭଣଜା

ନାତୁଣୀ ସହ ଅଜା

ବୋହୂ ସହ ଶ୍ୱଶୁର ଏବେ ପୁଣି

କୋଟିପତିଙ୍କ ସ୍ତ୍ରୀ ଅଟୋ ଚାଳକ ସହ ହୋଇଛି ଫେରାର" 


ବାଃ ! ବାଃ ! ପରକୀୟା ପ୍ରୀତି 

ତୋ ଲୀଳା ଆଉ କୀଳାର 

ନାହିଁ ପଟାନ୍ତର;

କୋଟିପତିଙ୍କ ସ୍ତ୍ରୀ ବି  

ଅଟୋ ଚାଳକ ସହ ହୋଇପାରେ ଫେରାର"

(ସୂଚନା: ଲୀଳାଖେଳା ହୋଇଥିଲେ ଭଲ ହୁଅନ୍ତା କିନ୍ତୁ କୀଳା ହିଁ ସର୍ବୋତ୍ତମ) 


କେତେ ସବୁ ବିରୋଧ ସମ୍ପର୍କକୁ ପରକୀୟା

ଗୋଟିଏ ଡୋରିରେ ବାନ୍ଧି ପାରୁଛି 

ଏମିତି ବନ୍ଧାବନ୍ଧି ହେବାର ପ୍ରମାଣ ପୂର୍ବରୁ ପୁରାଣେ ବି ଅଛି ।। 


ଗତକାଲିର ଖବର ଭୋଜିରେ ତ  

ଏଇ ନ୍ୟୁଜରୁ ହିଁ ଆସୁଅଛି ଆମିଷର ଛୁଙ୍କ 

ଦେଖିବା ଆଗକୁ ପଢ଼ିବା  

କେମିତି ଘଟଣା ଘଟିଲା  

ପୁଣି କିଏ କେତେ ହଟହଟା ହେଲା 

ଆଉ କିଏ କେତେ ନେଲା ବାମ୍ଫ ।। 


ସୁଦୂର ରାଜଧାନୀ ଦିଲ୍ଲୀର ଏ ଘଟଣା

କୋଟିପତିଙ୍କ ବିବାହ ସମାପନ ମାନିଛନ୍ତି କରୋନା କଟକଣା

ବାକି କୋଟିପତିଙ୍କ ବୟସ ତିନି କୋଡ଼ି ପାଞ୍ଚକୁ ତିନି ଉଣା; 


ରିଟାୟାର୍ଡ୍ ସମୟରେ ଷୋଡ଼ଶୀ କନ୍ୟାକୁ ବରଣୀ

ଦାମ୍ପତ୍ୟ ଭୋଗିବାକୁ କରିଛନ୍ତି ଘରଣୀ । 


ବିବାହ ପରେ  

ଏମିତି କିଛି ଦିନ କିଛି ମାସ ଗଲା ବିତି

ଷୋଡ଼ଶୀ ତେଣେ ପାସୋରି ପାରୁ ନାହିଁ ପୁରୁଣା ସ୍ମୃତି

ମନ ତାଙ୍କ ଅଥୟ ଚାରି କାନ୍ଥ ଭିତରେ

ମୁକ୍ତି ପାଇଁ କେତେ କେତେ ଉପାୟ ସେ କରେ ।। 


ଦିନେ ସୁବିଧା ସୁଯୋଗ ଦେଖି

ମାଛରଙ୍କା ପରି ଯୋଜନା ଉପରେ ପଡ଼ିଲେ ସେ ଝାମ୍ପି 

ତା' ପର ଘଟଣା କଥା ଭାବିଲେ ହୃଦୟ ଯାଏ କମ୍ପି ।। 


ତେୟାଳିଶ ଲକ୍ଷ ନଗଦ ଟଙ୍କା ସହିତ ଯେତେ ସବୁ ଜେବର

ଅଟୋ ଚାଳକ ପ୍ରେମରେ ପଡ଼ି ସବୁ ନେଇ କୋଟିପତିଙ୍କ ପତ୍ନୀ ହୋଇଛି ଫେରାର ; 


କଥାରେ ଅଛି  

"ଯେ ପାଞ୍ଚେ ପର ମନ୍ଦ ତା' ମନ୍ଦ ପାଞ୍ଚନ୍ତି ଗୋବିନ୍ଦ"

ମନ୍ଦ ଯୋଜନା କରି ଅଧା ବାଟେ ଜଗିଥିଲେ ତା' ଦୁଇ ସାଙ୍ଗ ।।

ତତ୍ପରେ  

ଶୃଗାଳ ଶ୍ୱାନ ସମ ତା' ଉପରେ ପଡ଼ିଲେ ଯେ ଝାମ୍ପି

ତା ଭିଟାମାଟି ସହିତ ଚଉତିରିଶି ଲକ୍ଷ ବି ନେଲେ ଲୁଟି

ମରଣାନ୍ତକ ମାଡ଼ ମାରିଲେ ମୁଣ୍ଡେ ଲୁହା ରଡ଼ ପଟି ।। 


ଭାଗ୍ୟବଳେ ପ୍ରାଣ ତା' ରହିଗଲା  

ସବୁ ପରେ କୋଟିପତିଙ୍କ ପତ୍ନୀ ଥାନାରେ ଦେଇଛନ୍ତି ଏତାଲା  

ଟଙ୍କା ସହିତ ମୋ ସର୍ବସ୍ୱ ବି ଲୁଟିଲା

ଦୁଇ ସାଙ୍ଗ ସହ ଅଟୋ ଚାଳକ 

        ଯିଏ ମୋ ପୂର୍ବ ପ୍ରେମିକ ଥିଲା ।। 


ପୁଣି ଦାବି  

ପୁନଃରାୟ ଇଚ୍ଛା ତାଙ୍କ ଫେରିବାକୁ ଘର

ବରିବାକୁ ସେହି କୋଟିପତି ବୁଢ଼ା ବର ପୁଣି

ପ୍ରୀତି ଆଉ ପ୍ରଣୟ ସହ ଗଢ଼ିବେ ସଂସାର ।। 


ଏ ଖବର ପଢ଼ି ସାରି ମୁଣ୍ଡ ମୋ ଟିଣ

ଭାବିଲି ଆଉ ବାରିବି ନାହିଁ ପତ୍ନୀଙ୍କ ଗୁଣ କି ଖୁଣ

ଚାହାରେ ସେ ଦିଅନ୍ତୁ ପଛକେ ଚିନି ଅବା ଲୁଣ 

ଶତ ଶତ ମୁଣ୍ଡିଆ ତୁମକୁ  

ହେ ଲକ୍ଷ୍ମୀନାରାୟଣ ! ହେ ଲକ୍ଷ୍ମୀନାରାୟଣ ! ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy