Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Children Stories Comedy Tragedy

3  

Lalita Mohan Dash

Children Stories Comedy Tragedy

ଶୀତ ରେ ଶୀତ

ଶୀତ ରେ ଶୀତ

1 min
162



ଆସିଅଛି ଶୀତ ଗାଉଛି ସେ ଗୀତ

କାକର ବୁନ୍ଦାକୁ ଝିଣ୍ଟି,

ଥରେଇ ଦେଉଛି ତା ମୃଦଙ୍ଗ ତାଳେ

ବାଦ୍ୟଯନ୍ତ୍ର ହାଡଫୁଟି |

କୋକିଳ ସ୍ୱର କୁ ସାତ ସ୍ଵରେ ଖଞ୍ଜି

ବଜାଉ ଅଛି ସେ ବୀଣା,

ହାରମୁନିୟମ୍, ତବଲା, ଖଞ୍ଜଣୀ

ବଇଁଶୀ ଟି ମନକିଣା |

ଗୁଣୁ ଗୁଣୁ ହେଇ ସଂଗୀତ ସଜାଏ

ଅଧରାତି ହେଲେ ଆସି ,

କାକର ଜାଡ ତା ଦିହେ ଶିହରଣ

ଦିଅଇ ସ୍ୱର ପରସି |

କମଳ,ଚାଦର,କନ୍ଥା,ଶାଲ ଆଉ

ଦିହେ ସୁଇଟର୍ ଟୋପି,

ଶୀତ ବସ୍ତ୍ର ଖଞ୍ଜି ପସରା ମେଲାଏ

ସୁମଧୁର କଣ୍ଠ ଥାପି |

ମାଘମାସ ଶୀତ ଭାରି କଣକିଆ

ଜାଡ ତାର ହିମ ସମ,

ସୁଲୁସୁଲୁ ବାଆ ତା ସାଥେ ବହୁଛି

ମାରି ପଞ୍ଚମ ର ତାନ |

ଆସିଲା ବସନ୍ତ ବାଜିବ ନିଶାଣ

ଢୋଲ ମହୁରୀ ର ସାଥେ,

ବିଦାୟ ନେବ ସେ ବାଜି ଦୁଲୁଦୁଲି

ସମ୍ବଲପୁରୀଆ ଗୀତେ |



Rate this content
Log in