STORYMIRROR

LALIT MOHAN DASH

Comedy Romance Tragedy

3  

LALIT MOHAN DASH

Comedy Romance Tragedy

ଵନ୍ଧୁତା

ଵନ୍ଧୁତା

1 min
184


ବନ୍ଧୁ ବୋଲି ଆମେ ଯାହାକୁ କହୁ ସେ ତ ଏମିତି ଜଣେ।

ମୁହଁ ଖୋଲିବା ଆଗରୁ ମନ କଥା ଵ୍ୟଥା ସଵୁ ଜାଣେ।।

କଷଣ ପାଇଲେ ଆମେ ତା' ଆଖିରୁ ସ୍ୱତଃ ଲୁହ ଝରେ।

ଯେତେ ଦୂରରେ ଥିଲେ ଥାଉ ପଛେ ଆମକୁ ନ ପାଶୋରେ।।

ଦୋଷ ଦେଖିଲେ ଖୋଲି କହିଦିଏ ସେ ନକରି ବିଚାର।

ଵୁଝେଇ ଦିଏ ଦୋଷ ଦୂରେଇ ଦେବାକୁ କରି ଆଦର।।

ଈର୍ଷା ନକରି ଆନନ୍ଦିତ ହୁଏ

ଆମ ଉନ୍ନତି ରେ।

ହସି ଦେଉଥାଏ ସେ ଦେଖିଦେଲେ ଆମକୁ ଉଲ୍ଲାସ ରେ।।

ରାଗ ଅଭିମାନ ସହିଯାଏ ଵନ୍ଧୁତା ରଖିବା ପାଇଁ।

ଋଷିଗଲେ କେବେ ଆମେ ମିଠା କଥାରେ ନିଏ ମନେଇ।।

ଦୁର୍ଦ୍ଦିନରେ ସାହା ହୁଏ ଲାଭ କ୍ଷତି

ହିସାବ ନକରି।

ଡାକିଦେଲେ ହାଜର ହୁଏ ସେ ଟିକିଏ ଡେରି ନକରି।।

ମାନ ସମ୍ମାନ ଆମର କେବେ ଦିଏନି ତଳେ ପକେଇ।

ଗୁପ୍ତକଥା କୁ ଆମର ରଖେ ତା' ଛାତି ତଳେ ଲୁଚେଇ।।

ସଂସାରର ଯେତେ ବନ୍ଧୁତା ସମୟ ସାଥେ ଯାଏ ନାଶ।

କହ୍ନେଇ ସହିତ ବନ୍ଧୁତା ଜୀବନରେ ହୁଏନି ଶେଷ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy