STORYMIRROR

Arjuni charan Behera

Comedy Others

3  

Arjuni charan Behera

Comedy Others

ଆଜି ଦୀପାବଳି

ଆଜି ଦୀପାବଳି

1 min
206


ମହାନ ପରଵ ଭାଇ ଆଜି ଦୀପାବଳି l

ଶୁଭଦିନେ କାହାସଙ୍ଗେ ନକରିବ କଳି ll

ବଜାରରୁ ଘେନି ଆସ ବାଣ ଭଳି ଭଳି l

ଝର ଝରି ଧପଧପି ଚାଇନା ହାବେଳୀ ll

ଦୂରେ ଛିଡାହୋଇ ଭାଇ ବାଣ ଜଳାଇବ l

କଥାନମାନିଲେ ଆଉ ମୋତେ ନକହିବ ll

କୁକୁର ଲାଞ୍ଜରେ ବାନ୍ଧି ଦେବ ଝର ଝରି l

ପିଲାମାନେ ମଜାନେବେ ହସି ତାଳିମାରି ll

ଛୁଇଁବା ନି ଆଜ ଦିନେ ଜମାରୁ ଆଇଁଷ l

ସହଜେ ଚାଲିଛି ଏବେ କାର୍ତ୍ତିକର ମାସ ll

ମଣ୍ଡା,ଏଣ୍ଡୁରୀ ଗଇଁଠା,ଚକୁଳି, ଆରିସା l

ଖିରୀ,ପଲାଉ ସଙ୍ଗତେ ଖଣ୍ଡ ଦହିବସା ll

ଶିଆଳିଲଟା ହେଂସରେ ବିଛଣା କରିବ l

ସାନ୍ଧ୍ୟପୂଜା କରି ପିତୃଗଣଙ୍କୁ ତୋଷିବ ll

ପୁରୋହିତ ଡାକି ପୟାଶ୍ରାଦ୍ଧ ପକାଇବେ l

ସାତ ପୁରୁଷ ପିତର ଉଦ୍ଧାର ପାଇବେ ll

ଶୁଦ୍ଧ ପୂତ ମନ ହୋଇ ଲକ୍ଷ୍ମୀଙ୍କୁ ପୂଜିବ l

ଧନ,ଜନ,ଗୋପ,ଲକ୍ଷ୍ମୀ ବଢ଼ିବଢ଼ି ଯିବ ll

କୁଟୁମ୍ବ ସରବେ ଯିବ ଡକାହକା ହୋଇ l

କାଉଁରିଆ କାଠି ଜାଳି ଡାକିବ ପିପେଇ ll

ଅନ୍ଧାରରେ ଆସି ତୁମେ ହେ ବଡ଼ବଡ଼ୁଆ l

ଦେଖାଉଅଛୁ ଆଲୁଅ ଆରାମରେ ଯାଆ ll

ଗଙ୍ଗା ଯିବ ଗୟା ଯିବ ପୃଷୋତ୍ତମ ଯିବ l

ବାଇଶି ପାହାଚେ ଯାଇ ଗଡ଼ ଗଡ଼ାଇବ ll

ଦୀପପର୍ବ ଦୀପାବଳି ସମାପ୍ତ ହୋଇଲା l

ଅଧମ ଅର୍ଜୁନୀ ଗୀତ ଛନ୍ଦରେ କହିଲା ll

ଭାଇ ବନ୍ଧୁ ବିରାଦର ନ ଧରିବ ଦୋଷ l

ଅର୍ଜୁନୀ ମୁଁ ଅଟେ ପରା ତୁମରି ମଣିଷ ll

ଶେଷେ, ଏକ ସୁଖ କଥା କହୁ ଅଛି ଶୁଣ l

ଧନପର୍ବେ ହୋଇନାହିଁ ଘରେ ରାମାୟଣ ll

                


Rate this content
Log in

Similar oriya poem from Comedy