ନହେଲା କଥାତ ହୋଇଲା
ନହେଲା କଥାତ ହୋଇଲା
ନ ହେଲା କଥା ତ ହୋଇଲା
ଫସଲ କରି ମୁଁ ଘେରାଇଲି ବାଡ
ବାଡ ତ ଫସଲ ଖାଇଲା।।
ନ ହେଲା କଥା ତ ହୋଇଲା ।।
ଗୀତା ଦାନ କଲି ବ୍ରାହ୍ମଣ ଦେଖି ମୁଁ
ବ୍ରାହ୍ମଣ ତାହାକୁ ନିଆଁ ପୁଇଁଲା,
ନ ହେଲା କଥା ତ ହୋଇଲା ।।
କାକୁଡି ଲତାକୁ ଦେଲି ମୁଁ ମଞ୍ଚାକୁ
ମଞ୍ଚା ତ କାକୁଡି ଖାଇଲା
ନହେଲା କଥା ତ ହୋଇଲା ।।
ଝିଅ ବିଭା ଦେଲି ଭଲ ବର ଦେଖି
ଜମିବାଡି ସବୁ ସଇଲା,
ନହେଲା କଥା ତ ହୋଇଲା ।।
ସୁରକ୍ଷା ଦବ ମୋ ଝିଅକୁ ଭାବିଲି
ଝିଅ ନିର୍ଯ୍ୟାତନା ପାଇଲା,
ନହେଲା କଥା ତ ହୋଇଲା ।।
କାହାକୁ ଵିଶ୍ଵାସ କରିବ ଭଲା ?
କାନ୍ଦୁ କାନ୍ଦୁ ଦିନ ସଇଲା,
ନହେଲା କଥା ତ ହୋଇଲା ।।
ଶ୍ରୀମନ୍ଦିରରେ ରହି ହେ କଳା ସାଆନ୍ତ
କାହିଁକି କରୁଛ ଏମିତି ପାଲା ?
କାହିଁକି କରୁଛ ଏମିତି ପାଲ। ?
