STORYMIRROR

Krushna Chandra Lenka

Comedy Drama Tragedy

4  

Krushna Chandra Lenka

Comedy Drama Tragedy

ବାଜିବ କି ସାହାନାଇ

ବାଜିବ କି ସାହାନାଇ

1 min
442

କେତେ ଆଶା ନେଇ ଭାଳିଥିଲି ମୁହିଁ

  ଏଥର ଫଗୁଣ ପାଇଁ,

ଦାଣ୍ଡ ଦୁଲୁକେଇ ବରଯାତ୍ରୀ ନେଇ

  ବାଜିବ ମୋ ସାହାନାଇ।

ସପନ ମୋହର ସପନେ ରହିଲା

  ଏଇ ତାଲାବନ୍ଦୀ ପାଇଁ,

ସାଙ୍ଗ ସାଥି ଗଣ କହନ୍ତି ଫଗୁଣ

  ଏଥର ବି ଆସି ନାହିଁ!

ଗତ ବରଷଠୁଁ କରିଲି ପ୍ରତୀକ୍ଷା

  ହେବ ବୋଲି ତାର ଅନ୍ତ,

ଏଥର ବି ସେଇ ଏକା ସ୍ଥିତି ନେଇ

  ହୋଇଲା ସବୁ ଅଶାନ୍ତ।

ଆଗେ ଯାଇଥା'ନ୍ତେ ବରଯାତ୍ରୀ ଗଣ

  ପଛେ ବର ବେଶେ ମୁହିଁ,

ବାଜା ବାଜିଥା'ନ୍ତା ବାଣ ଫୁଟିଥା'ନ୍ତା

  କେଡେ ପଟୁଆର ତହିଁ!

କନିଆଁ ଦାଣ୍ଡରେ କେଡେ ଯେ ଶରଧା

  ମିଳିଥା'ନ୍ତା ସବୁ ମତେ,

ସେ ଗାଁ' ନର ନାରୀ ହୋଇ ଠରାଠରି

  ଦେଖନ୍ତେ କେଡେ ଚକିତେ!  

ମନେ ମନେ ମୁହିଁ ସେ'କାଳେ ଭାଳନ୍ତି

  ଆଜ ପାଇଁ ମୁହିଁ ରଜା,

ସାଥେ ଥିବା ଏଇ ବରଯାତ୍ରୀ ଗଣ

  ସତେ କି ରକ୍ଷିତ ପ୍ରଜା!

କନିଆଁ ଘରେ ମୁଁ ଯେବେ ପହଁଞ୍ଚନ୍ତି

  ମିଳନ୍ତା କେଡେ ଆଦର,

କେତେ ଭଳି ଭଳି ସାନ ବଡ଼ ଶାଳୀ

  ବସନ୍ତେ ପାଶେ ମୋହର।

ମିଠା ସରବତ ପିଆଇ ଦିଅନ୍ତେ

  କେଡେ ଆଦରରେ ସତେ,

ଗୋପୀ ମେଳେ କାହ୍ନା ଦିଶଇ ଯେମନ୍ତ

  ଲାଗନ୍ତା ସେମନ୍ତ ମତେ।

ନ ବାଜୁ ପଛକେ ସାହାନାଇ ମୋର

  ଯେତେ ଆସୁ ଯେ ଫଗୁଣ,

ଡଙ୍କୁଣୀ କରୋନା ଯାଆ ତୋର ଦେଶେ

  ତତେ ତୋ' ମାଆର ରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy