STORYMIRROR

akshaya kumar

Comedy

4  

akshaya kumar

Comedy

କରୋନା

କରୋନା

1 min
228

କରୋନା  କଣ୍ଟା 

କରୋନା ଦେଲାଣି ଅନେକ ଯାତନା ଏଠି

ଦାଢି ଥୋଡ଼ି ସବୁ ବଢିତ ଗଲାଣି

କାଟି ମୁଁ ପାରୁନି ଚୁଟି

କରୋନା ଦେଲାଣି ଅନେକ ଯାତନା ଏଠି ।

ବାହାରକୁ ଗଲେ ଖାଉଛି ମାମୁଁଙ୍କ ଲାଠି

ସରକାରଙ୍କର କହିବା ଦିନଠୁଁ

ଘରେ ମୁଁ ବେଲୁଛି ରୁଟି

ସାହାଯ୍ୟ ନାଁରେ ଘରଣୀ ଖଟାଏ ବେଠି

କରୋନା ଦେଲାଣି ଅନେକ ଯାତନା ଏଠି । 

ବାଇକ୍ ରେ ମୋର ଅଳନ୍ଧୁ ଗଲାଣି ଘୋଟି

ସାଇକେଲ ଟାକୁ ବାହାର କଲାରୁ

ଟିଉବ୍‌ ଟାୟାର କୁ ମୂଷା ତ ଦେଇଛି କାଟି

କରୋନା ଦେଲାଣି ଅନେକ ଯାତନା ଏଠି । 

ସ୍କୁଲରେ ଯେବେଠୁ ପଡିତ ଗଲାଣି ତାଟି

ଛୁଆ ଦିଟା ମୋର ଖେଳୁଛନ୍ତି ଖାଲି ବାଟି

ଶ୍ରେଣୀ ପାଠ ପାଇଁ ବହି ନାହିଁ ବୋଲି

ମୁଁ ଫିଟାଇ ପାରୁନି ପାଟି

କରୋନା ଦେଲାଣି ଅନେକ ଯାତନା ଏଠି ।

ପ୍ରେମିକାକୁ ମୋର ପାରୁ ନାହିଁ ଜମା ଭେଟି

ଫେସବୁକ ହ୍ଵାଟସଫ୍ ଘଣ୍ଟି ଘାଣ୍ଟି

ଦିନସରି ଯେବେ ସଂଜ ନଇଁଯାଏ

ହୃଦୟ ଯାଏ ମୋ ଫାଟି

କରୋନା ଦେଲାଣି ଅନେକ ଯାତନା ଏଠି ।

ବୁଲାବିକାଳି ମୁଁ ଦିନ ସାରା ଖଟିଖଟି

ଛୁଆଙ୍କ ମୁଁହରେ ଆହାର ଦିଏ ମୁଁ ବାଣ୍ଟି

ମୁଣ୍ଡ ଘୁରି ଯାଏ ଶୁଣିଲା ବେଳଠୁ

ବଢ଼ି ଲାଣି ଯେବେ ଲକ୍ ଡାଉନର ଘଣ୍ଟି

କରୋନା ଦେଲାଣି ଅନେକ ଯାତନା ଏଠି ।

ମଦ ଟିକେ ପାଇଁ ଶୁଖିଯାଏ ମୋର ତଣ୍ଟି

ସଂଜ ବେଳ ଆଉ ଜମାଇ ପାରୁନି ଖଟି

ଚାଖଣା ଦୋକାନ ଉଜିଡି ଗଲାଣି

ଦେଉଳେ ବାଜୁନି ଘଣ୍ଟି 

କରୋନା ଦେଲାଣି ଅନେକ ଯାତନା ଏଠି ।

ସରକାର ଯେଉଁ ନିୟମ ଦେଇଛି ଆଣ୍ଟି

ମାନିବା ତାହାକୁ କାନିରେ ପକାଇ ଗଣ୍ଠି

ହାରିବ କରୋନା ଜିତିବ ଇଣ୍ଡିଆ

ଆମେ ସବୁ ଭାରତୀୟ ଖାଣ୍ଟି

କରୋନା ଦେଲାଣି ଅନେକ ଯାତନା ଏଠି ।



Rate this content
Log in

Similar oriya poem from Comedy