STORYMIRROR

Santosh Mishra

Comedy Drama Fantasy

3  

Santosh Mishra

Comedy Drama Fantasy

ନମସ୍କାର ଯମ ରାଜ

ନମସ୍କାର ଯମ ରାଜ

1 min
195

ବର୍ଷଟା ସରି ଆସୁଛି

ଶୀତର ପ୍ରକୋପ

ବଢ଼ି ଚାଲିଲା ବେଳେ

ମାଡ଼ି ଆସୁଛି କରୋନାର

ନୂଆ ଭେରୀଆଣ୍ଟ ,

ଘନ ଘନ ପ୍ରଚାର ଓ ପ୍ରସାର

ଭୟ ସୃଷ୍ଟି କଲାବେଳେ

କେବଳ ଗୋଟିଏ କଥା

ଇଉଜ ମାସ୍କ

କିପ୍ ଡିଷ୍ଟାନ୍ସ  l


ଏକ୍ସ ମାସ୍ ପାଇଁ

ପତ୍ନୀ ଓ ସନ୍ତାନ

ଛୁଟି ଉପଭୋଗ

କରିବା ଆଳରେ

ଦୂରେଇ ଗଲେ,

ଏ ବାର୍ଦ୍ଧକ୍ୟ

କରୋନା ଠାରୁ

ଦୁରେଇ ପାରିଲା ନାହିଁ

ମୃତ୍ୟୁ ଡାକିଲା

ଦୁଇଜଣ ଯମ ଦୂତ

ମୋ ଦୁଆରରେ ଉଭା ହେଲେ

ଯମାଳୟକୁ ନିମନ୍ତ୍ରଣ ଦେଲେ l


ବନ୍ଧୁତ୍ୱର ସତ୍କାର କରିବା

ସୁଯୋଗ ମାଗି

ଦୁଇ କପ୍ କଫି

ବଢ଼େଇ ଦେଲି,

ଗ୍ରହଣ କରିବା ପରେ

ଜୀବନରେ ସଞ୍ଚିଥିବା ଧନ

ଏଟିଏମ୍ କାର୍ଡ ଓ ମୋବଇଲ ଫୋନ

ସାଙ୍ଗରେ ନେଇଥିଲି l


ଯମାଳୟରେ ମୋ ବିଚାର

ଆରମ୍ଭ କରିବା ପୂର୍ବରୁ ହିଁ

ଚିତ୍ରଗୁପ୍ତଙ୍କୁ

ସବୁ ଧନ ବଢ଼େଇ ଦେଲି

ଏଟିମ୍ ଦେଇ ପିନ କହି ଦେଲି

ଆଧାର କାର୍ଡ ନମ୍ବର କହିଦେଲି  l


ଏ ଜୀବନରେ ମୋବଇଲ

ଏତେ ବଡ଼ ସାଥିଟିଏ ହୋଇଗଲା ଯେ

ଯମରାଜଙ୍କୁ ଭେଟିଲେ ବେଳେ

କେମେରାଟିକୁ ଅନ କରିଦେଇଥିଲି,

ଯମ ରାଜ ହସିଲେ

ଦେଇଥିବା ଅର୍ଥର ବଡ଼ ଭାଗ

ତାଙ୍କ ହାତକୁ ଆସିଲା ପରେ

ସ୍ବର୍ଗପୁର ପଠେଇ ଦେଲେ,

ସର୍ବସ୍ବ ହରେଇଲା ପରେ

ଲାଞ୍ଚ ଯୁଗରେ

ସୁଖକୁ ଖୋଜିଲି  l


ସତ କହିବାକୁ ଗଲେ

ମୃତ୍ୟୁକୁ ଲାଗେ ଭୟ,

ଡାକ୍ତର ହିଁ ଯମରାଜ ଆଉ

ଡାକ୍ତରଖାନା ଯମାଳୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy