ତୋ କାନ ଝୁମୁକା
ତୋ କାନ ଝୁମୁକା
ଯେଉଁ ଦିନ ଦେଖିଲି ପ୍ରଥମେ ତତେ
କିଏ ସିନା ପାଗଳ ହୁଏ,
ପ୍ରେମିକା ର ସୁନ୍ଦର ରୂପ ପାଇଁ
ମୁଁ କିନ୍ତୁ ପାଗଳ ଥିଲି ଭଳିକି ଭଳି
ନାଉ ଥିବା ତୋର କାନ ଝୁମୁକା କୁ ନେଇ ।
ଭାରି ଇର୍ଷା ହୁଏ ମୋର
ତୋର ଓହଳି ଥିବା ଦୁଇ କାନ ରେ
ସେହି ପଥର ବସା କଳା ଝୁମୁକl କୁ ଦେଖି।
ଲାଗେ ତାରା ଦୁଇଟି ସତେ ଯେପରି
ଚିକ ମିକ କରୁଛନ୍ତି ପୁନେଇଁ ଚାନ୍ଦ ପରି
ଥିବା ତୋର ସେହି ମୁଖମଣ୍ଡଳ ରେ।
ଆଉ ମତେ ଖତେଇ ହୋଇ କହୁଛନ୍ତି
ଦେଖେ ରେ ମୂର୍ଖ ଆମେ କେତେ ଭାଗ୍ୟବାନ
ସେତେବେଳେ ଭାରି କଷ୍ଟ ହୁଏ ମତେ l
ଆଉ ତୋର ସେହି ଗହଳିଆ କେଶ ଗୁଚ୍ଛ କୁ
ମଣ୍ଡନ କରିଥିବା ମଲ୍ଲୀ ଫୁଲର ଗଜରା ମାନେ
ବାହାରକୁ ମୁଣ୍ଡ କାଢି ତୋ ଗଣ୍ଡ ଦେଶ କୁ ସ୍ପର୍ଶ କରି
କୁତାର୍ଥ ହୋଇ ଯେତେବେଳେ ମତେ ଛିଗୁଲେଇ କହନ୍ତି
ଆରେ ଏ ହତଭାଗା ପ୍ରେମିକ ପ୍ରବର l
ଦେବଦାସ..
ଦେଖ ଆମେ କେତେ ଭାଗ୍ୟବାନ
ଆଉ ତୁ ଟା କେଡେ ଅଭାଗା
ତୋ ମନ ର ମାନସୀ ସିନା ସିଏ
କିନ୍ତୁ ଆମେ ତାର କିଛି ନ ହୋଇ ବି କେତେ ନିଜର।
ସବୁଦିନ ପାଉ ତାର ଦେହର ସ୍ପର୍ଶ
ଆଉ ତୁ ଯେ ,କେବଳ ତାର ଗୋଟିଏ,
ଝଲକ ର ଦର୍ଶନ ପାଇଁ
ଦୌଡ଼ି ଦୌଡ଼ି ହେଉ ନିରାଶ।