ଆସିଛି କରୋନା ବ୍ୟାଧି
ଆସିଛି କରୋନା ବ୍ୟାଧି
ଶୁଣ ମୋର ପ୍ରାଣ ଧନ
ଦେଉଛି ଆଜ ମୁଁ ମୋହରି ରାଣ
ପ୍ରାଣ ଧନ ହେ
ଗୋଟେ କଥାକୁ ରଖିବ ଧ୍ୟାନ
ପ୍ରାଣ ଧନ ହେ ......
ସରି ଗଲା ଫଗୁ ଖେଳ
ଲୋକଙ୍କ ମନରେ ବଡ଼ ବିକଳ
ପ୍ରାଣ ଧନ ହେ
ଦୋଳ ଯାତେରାରେ ମେଳ ମେଳ
ପ୍ରାଣ ଧନ ହେ .....
ନିଷ୍ଠା କାଷ୍ଠା ଦଣ୍ଡ ଯାତ
ଗଉଡ ପୁରରେ କହ୍ନେଇ ଧ୍ରୁତ
ପ୍ରାଣ ଧନ ହେ
ସବୁ ସରିଲା ମିତ ସଙ୍ଗାତ
ପ୍ରାଣ ଧନ ହେ .......
ଘରେ ଘରେ ଲୋକ ବନ୍ଧି
କେଉଁଠୁ ଆସିଛି ଅଜଣା ବ୍ୟାଧି
ପ୍ରାଣ ଧନ ହେ
ହଜି ଗଲାଣି କାନ୍ଧରୁ ନିଧି
ପ୍ରାଣ ଧନ ହେ ......
ନାମ ତା କରୋନା ଜାଣ
ଚାଇନା କରିଲା ତାକୁ ଭିଆଣ
ପ୍ରାଣ ଧନ ହେ
ଦୂରେ ଅଦୃଶ୍ୟେ ଛାଡେ ନିଶାଣ
ପ୍ରାଣ ଧନ ହେ ......
ଗଲାଣି କେତେ ଜୀବନ
ଯେହ୍ନେ ଫାଶ ଧରି ଘୁରୁଛି ଯମ
ପ୍ରାଣ ଧନ ହେ
ନାହିଁ ଛୋଟ ବଡ଼ କିଛି ଜ୍ଞାନ
ପ୍ରାଣ ଧନ ହେ .......
ନିଯୁକ୍ତି ସୁରକ୍ଷା ବଳ
ଲୋକେ ନମାନିଲେ ଦଣ୍ଡ ପ୍ରବଳ
ପ୍ରାଣ ଧନ ହେ
କେବେ କରିବ ନାହିଁଟି ଛଳ
ପ୍ରାଣ ଧନ ହେ ......
ନିୟମ କଠିନ ନୁହଁ
ହାତକୁ ଯେମିତି ଭଲରେ ଧୁଅ
ପ୍ରାଣ ଧନ ହେ
ମୁଖେ ତୁଣ୍ଡିକୁ ବାନ୍ଧିଣ ଥାଅ
ପ୍ରାଣ ଧନ ହେ .......
ଟୀକାରେ ମନୋନିବେଶ
ଚାଲି ଯିବ ଯେତେ ମନରୁ ତ୍ରାସ
ପ୍ରାଣ ଧନ ହେ
ଝରୁ ଥିବ ପରା ମଲ୍ଲୀ ହସ
ପ୍ରାଣ ଧନ ହେ .......
ନିୟମିତ ଦେବ ଧ୍ୟାନ
ଦେହ ଯଦି ଲାଗେ ଟିକେ ଉଷୁମ
ପ୍ରାଣ ଧନ ହେ
ବୈଦ୍ୟରାଜକୁ ଡାକ ବହନ
ପ୍ରାଣ ଧନ ହେ ......
#SM Boss
