STORYMIRROR

Prabhati Mahapatra

Comedy Drama Tragedy

3  

Prabhati Mahapatra

Comedy Drama Tragedy

ଆସିଛି କରୋନା ବ୍ୟାଧି

ଆସିଛି କରୋନା ବ୍ୟାଧି

1 min
206

ଶୁଣ ମୋର ପ୍ରାଣ ଧନ

ଦେଉଛି ଆଜ ମୁଁ ମୋହରି ରାଣ

ପ୍ରାଣ ଧନ ହେ

ଗୋଟେ କଥାକୁ ରଖିବ ଧ୍ୟାନ

ପ୍ରାଣ ଧନ ହେ ......

ସରି ଗଲା ଫଗୁ ଖେଳ

ଲୋକଙ୍କ ମନରେ ବଡ଼ ବିକଳ

ପ୍ରାଣ ଧନ ହେ

ଦୋଳ ଯାତେରାରେ ମେଳ ମେଳ

ପ୍ରାଣ ଧନ ହେ .....

ନିଷ୍ଠା କାଷ୍ଠା ଦଣ୍ଡ ଯାତ

ଗଉଡ ପୁରରେ କହ୍ନେଇ ଧ୍ରୁତ

ପ୍ରାଣ ଧନ ହେ

ସବୁ ସରିଲା ମିତ ସଙ୍ଗାତ

ପ୍ରାଣ ଧନ ହେ .......

ଘରେ ଘରେ ଲୋକ ବନ୍ଧି

କେଉଁଠୁ ଆସିଛି ଅଜଣା ବ୍ୟାଧି

ପ୍ରାଣ ଧନ ହେ

ହଜି ଗଲାଣି କାନ୍ଧରୁ ନିଧି 

ପ୍ରାଣ ଧନ ହେ ......

ନାମ ତା କରୋନା ଜାଣ

ଚାଇନା କରିଲା ତାକୁ ଭିଆଣ

ପ୍ରାଣ ଧନ ହେ

ଦୂରେ ଅଦୃଶ୍ୟେ ଛାଡେ ନିଶାଣ

ପ୍ରାଣ ଧନ ହେ ......

ଗଲାଣି କେତେ ଜୀବନ

ଯେହ୍ନେ ଫାଶ ଧରି ଘୁରୁଛି ଯମ

ପ୍ରାଣ ଧନ ହେ

ନାହିଁ ଛୋଟ ବଡ଼ କିଛି ଜ୍ଞାନ 

ପ୍ରାଣ ଧନ ହେ .......

ନିଯୁକ୍ତି ସୁରକ୍ଷା ବଳ

ଲୋକେ ନମାନିଲେ ଦଣ୍ଡ ପ୍ରବଳ

ପ୍ରାଣ ଧନ ହେ

କେବେ କରିବ ନାହିଁଟି ଛଳ

ପ୍ରାଣ ଧନ ହେ ......

ନିୟମ କଠିନ ନୁହଁ

ହାତକୁ ଯେମିତି ଭଲରେ ଧୁଅ

ପ୍ରାଣ ଧନ ହେ

ମୁଖେ ତୁଣ୍ଡିକୁ ବାନ୍ଧିଣ ଥାଅ 

ପ୍ରାଣ ଧନ ହେ .......

ଟୀକାରେ ମନୋନିବେଶ

ଚାଲି ଯିବ ଯେତେ ମନରୁ ତ୍ରାସ

ପ୍ରାଣ ଧନ ହେ

ଝରୁ ଥିବ ପରା ମଲ୍ଲୀ ହସ

ପ୍ରାଣ ଧନ ହେ .......

ନିୟମିତ ଦେବ ଧ୍ୟାନ

ଦେହ ଯଦି ଲାଗେ ଟିକେ ଉଷୁମ

ପ୍ରାଣ ଧନ ହେ

ବୈଦ୍ୟରାଜକୁ ଡାକ ବହନ

ପ୍ରାଣ ଧନ ହେ ......


#SM Boss




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy