STORYMIRROR

Ajaya Kumar Mohanty

Comedy Inspirational

3  

Ajaya Kumar Mohanty

Comedy Inspirational

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ

1 min
300


ସାଧବାଣୀ ‌ଵନ୍ଦାଏ ବୋଇତ

ମାଗେ ବଡ଼ଠାକୁର ଆଶିଷ।

ବାହି ବାଣିଜ୍ୟର ପୋତ

ସାଧଵ ଯିବ ଦୂର‌ ଦେଶ

ଵାଲି ଜାଭା ଲଙ୍କା ସୁମାତ୍ରା

ରଖିବାକୁ ଓଡ଼ିଶାର ଟେକ।।


ଅତିକ୍ରାନ୍ତ ସମୟ ଛାଇରେ

ଵିସ୍ମୃତ ଅତୀତ ଗୈାରବ

କେତେ ପୃଷ୍ଠା ମାତ୍ର ଇତିହାସ।

ସାଧବ ସୁରଟର ଶ୍ରମିକ

ସୁମନାସି ସାଧବାଣୀ 

ପାଳୁଥାଏ ପବିତ୍ର କାର୍ତ୍ତିକ ।।


ମାସକର ଧର୍ମ ଅଭ୍ଯାସ

ପ୍ରତ୍ୟୁଷରେ ଭଜନ କୀର୍ତ୍ତନ

ତୁଳସୀ ଚଉରାରେ ସଜା

ମୁରୁଜର ମନଲୋଭା ରଙ୍ଗ ।

ଐତିହ୍ୟର ସ୍ମରଣ ଉତ୍ସବ

ପୁଣି ହୁଏ ବୋଇତ ବନ୍ଦାଣ।।


ମୋବାଇଲ ଆଲାର୍ମର ଡାକ

ସ୍ନେହମୟୀ ମା'ର ଵ୍ଯଗ୍ରରୂପ

ସ୍ନାନ କର, ଶୀଘ୍ର ବାହାର

ଡଙ୍ଗା ବଳିତା ଫୁଲ ନିଅ

ରଖ "ଅ କା ମା ବୈ" ଲେଖା 

ଭ୍ଯାନିଟରେ ଚଷମା ଚାଳିଶା ।


ନଦୀ କୂଳ ଖୁବ୍ ଭିଡ଼ 

ବୟସର ନ ଥାଏ ବିଚାର

ଇତିହାସ ତିଆରିରେ ତତ୍ପର।

ସେଲ୍ଫିରେ ବୋଇତ ଚାଲେ

ଫେସବୁକ୍ ରେ ହୁଏ ବନ୍ଦାଣ 

ଅନୁପମ ଓଡ଼ିଶାର ଚିତ୍ର

ଲାଇକରେ କରେ ଭ୍ରମଣ ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy