STORYMIRROR

Ajaya Kumar Mohanty

Abstract

2  

Ajaya Kumar Mohanty

Abstract

ରିଫ୍ଯୁଜି

ରିଫ୍ଯୁଜି

1 min
295

କେଉଁଠି ତୁମର ଘର

ବଙ୍ଗ ବର୍ମା ନା ଭାରତ

କଣ ତୁମର ପରିଚୟ 

କିଏ କରିବ ସ୍ବୀକାର

ଅନୁପ୍ରବେଶ ନୁହେଁ ସ୍ବାଗତ

 

ନା ଅଛି ପାଦ ତଳ ମାଟି

ମୁଣ୍ଡ ଉପର ଛାତ

ଅଧିକାରର କାହିଁ ଦସ୍ତାବିଜ

ମଣିଷ ହେବା କଣ ଯଥେଷ୍ଟ 

କିଏ ମାନିବ ତୁମର ଅସ୍ତିତ୍ବ


ବିସ୍ଥାପିତର କଣ ଭବିଷ୍ୟତ 

ନିଜର ନୁହେଁ ଭିଟାମାଟି.

ପୁରୁଷ ପୁରୁଷର ଦେଶ, 

କୁହୁଳୁଥାଏ ଆବେଗର ଆତଙ୍କ 

ଚହଟୁଥାଏ ଘୃଣାର ଦୁର୍ଗନ୍ଧ


ନଦୀ ନାଳ ପାହାଡ ଦୁର୍ଗମ 

ସେପାରିକୁ ଲମ୍ବିଥାଏ ସମୁଦ୍ର 

ସୀମା ସରହଦର ନାହିଁ ଶେଷ

ନିଜ ଶବ ବୋହି ଚାଲେ 

ଦେଶ ପରେ ଦେଶ ବର୍ମା ବା ଭାରତ


ସ୍ବପ୍ନ ତ ନିହାତି ସାମନ୍ଯ

ମୁଣ୍ଡ ଗୁଞ୍ଜିବାକୁ ଜାଗା

ଦେହ ପାଇଁ କେଇ ହାତ ଲୁଗା,

ପେଟ ଚାହେଁ ଦୁଇ ମୁଠା ଭାତ,

ଆଲୁଅ ବା ଅନ୍ଧାର 

ବଂଚିବାର ନାମ ହିଁ ଜୀବନ


ପୃଥିବୀଟା ଖୁବ୍ ଛୋଟ 

ମାପ ହୁଏ ଧର୍ମ ଓ ଜାତିରେ

ମାନବତା ଯାଏ ହଜି 

ସମ୍ପର୍କର ଅନ୍ଧ ମୂଲକରେ

ନିରୀହ ଜୀବନ ବନ୍ଧା ହୁଏ

ଆଇନ୍ ର ଭୁଲ୍ ଭୁଲେୟାରେ


ପରିଚୟ କଣ ରିଫ୍ଯୁଜିର

ବଂଚିରହେ କେଉଁ ଠିକଣାରେ

ରୋହିଙ୍ଗା ତ ଚେନାଏ ଅନ୍ଧାର 

କପାଳ ଲେଖନ ହୁଏ ନାହିଁ ଆନ

କଣ ଫରକ ସୀମା ସରହଦର

ହେଲେ ହେଉ ବର୍ମା ବା ଭାରତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract