STORYMIRROR

Ajaya Kumar Mohanty

Others

4  

Ajaya Kumar Mohanty

Others

ବିବର୍ତ୍ତନ

ବିବର୍ତ୍ତନ

1 min
24K


ଲକଡାଉନ ୪

ପୁଣି ନିର୍ବାସନ

ସମାଜରୁ ‌ଦୂର

ଭୟରେ ଆକ୍ରାନ୍ତ

ନିହାତି ଏକାକୀ

ମାସ୍କପିନ୍ଧା ରୂପ।


ଏକାକୀ ମଣିଷ

ବ୍ୟକ୍ତିତ୍ବ ଖଣ୍ଡିତ

ବାଦୀ ପ୍ରତିବାଦୀ

ପକ୍ଷ ପ୍ରତିପକ୍ଷ

ନୀତି ଓ ଅନୀତି

ଅନ୍ଧାର ଆଲୁଅ।।


ନିଷିଦ୍ଧ ଇଲାକା

ଆବଦ୍ଧ ଘର

ଵନ୍ଦ‌ ଝରକା ଦ୍ବାର

ଅନ୍ଧାରକୁ ଭେଦେ

ଝାପସା ଆଲୁଅ

ସ୍କାଏ ଲାଇଟର।।


ଏକାନ୍ତ ଵାସ

ଏକ ରଣକ୍ଷେତ୍ର। 

ଭଗ୍ନାଂଶ ମୋର

ପକ୍ଷ ପ୍ରତିପକ୍ଷ

ଚାଲେ ନିରନ୍ତର

ଯୁଦ୍ଧ ବଞ୍ଚିବାର।।


ଶତୃ ଅଦୃଶ୍ୟ

ଶକ୍ତି ଅକଳନ

ଜୟ ଅନିଶ୍ଚିତ।

ସନ୍ଧି ସାଲିସ୍

ନୁହେଁ ସମ୍ଭଵ

ସମନ୍ବୟ ହିଁ ଶ୍ରେୟ।।


ଜିଇଁଵା ହିଁ ‌ଜୀଵନ

ସହାବସ୍ଥାନ ହିଁ ଉପାୟ

ଆଜିର ନୂଆ ନିୟମ

ସାମାଜିକ ଦୂରତ୍ବ

ମାସ୍କପିନ୍ଧା ମଣିଷ

ସ୍ୱଚ୍ଛତାର ଅଭ୍ଯାସ।।


ବଦଳୁଛି ସମୟ

ପରିବର୍ତ୍ତନ ନିଶ୍ଚୟ

ସମ୍ପର୍କିତ ଜୀବନର

ଘୂରେ ଵିଵର୍ତ୍ତନ ଚକ୍ର

ଯୁଗର ଏ ସନ୍ଧିକ୍ଷଣ

ସ୍ବାଗତ କର ଆଗାମୀର।



Rate this content
Log in