ଅଵସର
ଅଵସର
1 min
171
ଲୋକେ କହୁଛନ୍ତି
ମୁଁ ରିଟାୟର କଲାଭଳି ଦିଶୁନି
ଚେହେରାରେ ଚମକ ଅଛି
କିଛି ବଦଳି ନାହିଁ
ଭାରି ଫ୍ରେସ୍ ଲାଗୁଛି।
ଗତକାଲି ଵି ଏମିତି ଥିଲା
ସକାଳୁ ମର୍ଣ୍ଣିଂୱାକ୍ କଲି
ଦାନ୍ତ ଘସି ଦାଢି କାଟିଲି
ସୁଟ ପିନ୍ଧି ଟାଇ ଠିକ କଲି
ଗାଡିରେ ବସି ଅଫିସ ଗଲି।
ଅଫିସରେ ସଭା ହେଲା
ମୋର ଗୁଣ ବଖାଣିଲେ
ମୁଁ ବୁଝି ବି ଵୁଝିପାରୁନଥିଲି
ଫୁଲତୋଡ଼ା, ଗିଫ୍ଟ ଦେଲେ
ବିଦାୟ ନେଇ ଘରକୁ ଫେରିଲି।
ଆଜି ପୁଣି ଅଫିସ ଗଲି
ଦରୱାନ ଲିଫ୍ଟମ୍ଯାନ ସଲାମ କଲେ
ସମସ୍ତେ ଠିଆ ହେଲେ
କହିଲେ"ଫ୍ରେସ୍ ଦେଖା ଯାଉଛନ୍ତି
ସବୁ ଟେନସନ୍ ଶେଷ ହୋଇଛି
ଠିକ୍ ସମୟରେ ଅବସର ନେଇଛନ୍ତି।"
ଯେମିତି ଥିଲି ସେମିତି ଅଛି
ତାରିଖ ଵଦଳିଯାଇଛି
ଅପେକ୍ଷାର ଶେଷ ହୋଇଛି
ସମୟ ସୀମାରେଖା ଡେଇଁ
ମୁଁ ଚାଲିଛି ଏକାନ୍ତ ଏକେଲା
ପୁଣି ନିଜର ସନ୍ଧାନରେ।।
