STORYMIRROR

Ajaya Kumar Mohanty

Abstract

3  

Ajaya Kumar Mohanty

Abstract

ପ୍ରଜାପତି

ପ୍ରଜାପତି

1 min
643

ତୁମେ ହିଁ କାରଣ

ମୋର ଶୀଘ୍ର୍ ଉଠିବାର

ପ୍ରତ୍ୟୁଷର ମଧୁର ସଙ୍ଗୀତ

ବ୍ଯାପିଯାଏ ଚରାଚର ବିଶ୍ୱ


ଜୀବନ ପାତ୍ର ଭରେ

ସୂର୍ଯ୍ୟର ପ୍ରେମମୟ ସ୍ପର୍ଶ

ଚହଟେ ରଙ୍ଗର ଆସର

ଆନନ୍ଦରେ ନାଚିଯାଏ ବିଶ୍ଵ


ଅଦ୍ଭୁତ ପ୍ରକୃତିର ରୂପ

ନିରନ୍ତର ଲାଗିଛି ଉତ୍ସବ 

ବୁଝିବା ନୁହଁଇ ସହଜ

କଣ ମାୟା, କଣ ଵାସ୍ତବ


ଅପ୍ସରାମାନଙ୍କ ସ୍ଵର୍ଗ

ବାସ୍ତବ ଵି ନିଏ ମାୟାରୂପ

କଣ ଭୁଲ୍ ବିଚାରା ପ୍ରଜାପତିର 

ଚାହେଁ ଯଦି ଅନେକ ସାନ୍ନିଧ୍ୟ


ଅନ୍ଧାରର ଏନ୍ତୁଡିଶାଳରୁ

ଆଲୋକର ଅଦ୍ଭୁତ ସହର

ଚାଲିଥାଏ ଶ୍ରେଷ୍ଠର ସନ୍ଧାନ

ପ୍ରୟାସ ଜନ୍ମଗତ ଅଧିକାର


ପ୍ରୀତିଭରା ଆମନ୍ତ୍ରଣ

କାସନୋଭା ପ୍ରଜାପତି

ଖୋଜେ ପ୍ରିୟତମା ପୁଷ୍ପ

ଆରମ୍ଭ ପର୍ବ ପ୍ରେମଵାସ


ସର୍ବପରି ଅଟଇ ଏ ସତ୍ୟ

ଆଦିମ କାଳରୁ ଅନୁଭୂତ

ପ୍ରେମ ହିଁ ଜୀବନ ସଙ୍ଗୀତ

ଅଵଶ୍ଯ ଅନନ୍ଯ ସ୍ଵୀକୃତ

ଜନ୍ମରେ ସମସ୍ତେ ମୁକ୍ତ

ଶୃଙ୍ଖଳ ଭାଗ୍ୟରେ ଲିଖିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract