STORYMIRROR

Ajaya Kumar Mohanty

Others

3  

Ajaya Kumar Mohanty

Others

ଆତଙ୍କବାଦୀ

ଆତଙ୍କବାଦୀ

1 min
140


ଅବିକଳ ମଣିଷର ରୂପ

ହାତ ଗୋଡ ଆଖି କାନ  

ଦେହରେ ହାଡ ମାଂସ

ଧମନୀରେ ବହେ ରକ୍ତ

ଅଛି ହୃଦୟ ମସ୍ତିଷ୍କ ।


ଉଦ୍ଦାମତାରେ କିଶୋର

ଭଲ ମନ୍ଦ କରେନା ବିଚାର 

ରବୋଟ୍ ପରି ନିର୍ବିକାର।

ମତାନ୍ଧରେ ଉନ୍ମତ ବିଶ୍ୱାସ 

ଦୁର୍ବାର ଇଚ୍ଛା ଓ ଆଗ୍ରହ

ମିଶାଇଲ ପରି ହୁଏ ଘାତକ ।


ସଂକ୍ରମିତ ଅନ୍ଧ ଜାତୀୟତା

ଚହଟେ ଧର୍ମାନ୍ଧତାର ନିଶା

କୋମାରେ ଯାଏ ମନୁଷ୍ଯତା

ନଷ୍ଟ ଭ୍ରଷ୍ଟ ବୁଦ୍ଧି ଓ ବିବେକ 

ଜଳେ ଜୁଇ ହିଂସା,ସନ୍ତ୍ରାସର

ଜୀବନ ଜିହାଦ ପାଇଁ ସମର୍ପିତ ।

 

ଆତଙ୍କର ନଥାଏ ଦେଶ

ନା ଥାଏ ସ୍ବୀକୃତୀ ଧର୍ମର ,

ଘୃଣାରେ ରଂଜିତ ବିଶ୍ୱାସ 

ଆକାଶରେ କଳା ମେଘ

ପବନରେ ଉଡେ ବିଷ

ଆଶଙ୍କାରେ ଥାଏ କପୋତ।  


ସୀମା ସରହଦ ଡିଁଏ 

କେଉଁ ଆକ୍କାର ଆଦେଶରେ 

ଧ୍ବଂସର ଅନ୍ଧ ମିଶନ୍ ରେ,

ନାହିଁ ତାର ଭୟ ଭ୍ରାନ୍ତି 

ମୃତ୍ୟୁ ତାର ସହଯାତ୍ରୀ

ଆତଙ୍କର ଅନ୍ଧାରି ରାସ୍ତାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍