ପ୍ରତିବିମ୍ବ
ପ୍ରତିବିମ୍ବ
ମୁଁ କେବଳ ନିଜକୁ ଦେଖିଛି
ଦର୍ପଣର ମସୃଣ ଦେହରେ
ପ୍ରତିଫଳିତ ହୁଏ ଛବି
ଅବିକଳ ରୂପ ସମ୍ମୁଖରେ
ଡୁପ୍ଲିକେଟ ମୋ ଦେହର
ଶହେଅଶୀ କରି ପ୍ରଦକ୍ଷିଣ
ସ୍ବଛନ୍ଦରେ କାଚ ପଛରେ
ଲାଗେ ଖୁବ୍ ଆପଣାର
ଦର୍ପଣ କହେନି ମିଛ
ଛଵି ରୂପ ଅନୁରୂପ
ଅନୁଭୂତି ଅତୀଵ ସୁଖଦ
ଥାଏ ଯେବେ ତୁମର ସମୀପ
ସ୍ଵପ୍ନରୁ ସାଉଣ୍ଟା ଚିତ୍ର
ଚିରବାଞ୍ଛିତ ତାର ଝଲକ
ସ୍ବତନ୍ତ୍ରତାକୁ କରେ ପରିଚିତ
ଭିନ୍ନତା ହୁଏ ପରିପୃଷ୍ଟ
କରେ ମୋ ମଥାକୁ ଉନ୍ନତ
ପଛଘୁଞ୍ଚା ନୁହଁଇ ଇପ୍ସିତ
ଖୋଜା ହୁଏ ମାନବତା ରୂପ
ଜୀବନ ପ୍ରେମର ଆଶ୍ରିତ