STORYMIRROR

Ajaya Kumar Mohanty

Abstract

3  

Ajaya Kumar Mohanty

Abstract

ପ୍ରତିବିମ୍ବ

ପ୍ରତିବିମ୍ବ

1 min
253

ମୁଁ କେବଳ ନିଜକୁ ଦେଖିଛି

ଦର୍ପଣର ମସୃଣ ଦେହରେ

ପ୍ରତିଫଳିତ ହୁଏ ଛବି

ଅବିକଳ ରୂପ ସମ୍ମୁଖରେ


ଡୁପ୍ଲିକେଟ ମୋ ଦେହର

ଶହେଅଶୀ କରି ପ୍ରଦକ୍ଷିଣ

ସ୍ବଛନ୍ଦରେ କାଚ ପଛରେ

ଲାଗେ ଖୁବ୍ ଆପଣାର


ଦର୍ପଣ କହେନି ମିଛ

ଛଵି ରୂପ ଅନୁରୂପ

ଅନୁଭୂତି ଅତୀଵ ସୁଖଦ

ଥାଏ ଯେବେ ତୁମର ସମୀପ


ସ୍ଵପ୍ନରୁ ସାଉଣ୍ଟା ଚିତ୍ର

ଚିରବାଞ୍ଛିତ ତାର ଝଲକ

ସ୍ବତନ୍ତ୍ରତାକୁ କରେ ପରିଚିତ

ଭିନ୍ନତା ହୁଏ ପରିପୃଷ୍ଟ


କରେ ମୋ ମଥାକୁ ଉନ୍ନତ

ପଛଘୁଞ୍ଚା ନୁହଁଇ ଇପ୍ସିତ

ଖୋଜା ହୁଏ ମାନବତା ରୂପ

ଜୀବନ ପ୍ରେମର ଆଶ୍ରିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract