STORYMIRROR

Ajaya Kumar Mohanty

Abstract

2  

Ajaya Kumar Mohanty

Abstract

କୋଭିଡ-୧୯

କୋଭିଡ-୧୯

1 min
222


ତାଣ୍ଡବ ନାଚେ ମହାମାରୀ

ପୃଥିବୀର ବକ୍ଷ ବିଦାରି

ପଡୋଶୀଙ୍କ ପାଇଁ ବନ୍ଦ ଦ୍ବାର

ସନ୍ଦେହରୁ ଜନ୍ମ ସର୍ତକର


ନିର୍ଜନ ‌ନିଶୁନ ଜନପଥ

ମଲ୍ ମାର୍କେଟ ହେଲା ଶୁନ୍ଯ

ସ୍କୁଲ କଲେଜ ସବୁ ବନ୍ଦ

ଘରେ ହୁଏ ଅଫିସର କାମ


ପାର୍କ ହୁଏ ପରିତ୍ୟକ୍ତ

ଫୁଲ ହରାଏ ସୁବାସ

ଛାଇଯାଏ ବିବର୍ଣ୍ଣ ଵିଷାଦ

ମୁଖାରେ ଅଣନିଃଶ୍ବାସ ପ୍ରେମ


ଅସହାୟ ଏଠାରେ ଈଶ୍ୱର

ମୁକ ହୁଏ ସର୍ଵଶକ୍ତିମାନ

ଅନ୍ଧଵିଶ୍ବାସରୁ ହୁଏ ଯଜ୍ଞ

ଆନନ୍ଦେ ଗୋମୟ ସେବନ


ଉଡାଣରେ ଘଟିଛି ଵିରାମ

ଯାତ୍ରୀ ଯାଏ ଏକାନ୍ତ ନିଵାସ

କଳାପାଣି ନୁହେଁ କ୍ଵାରେଣ୍ଟାଇନ୍

ଜୀବନ ପାଇଁ ନିର୍ବାସନ


ଭାଇରସର କୋକୁଆ ରାଵ

ମାଡିଆସେ ମହା ଦୁର୍ବିପାକ।

ସାବଧାନ ହିଁ ଶ୍ରେଷ୍ଠ ସାଧନ

କରୋନାରୁ ମୁକ୍ତି ଅଭିଯାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract