STORYMIRROR

Ajaya Kumar Mohanty

Abstract

3  

Ajaya Kumar Mohanty

Abstract

ଅମାନିଆ

ଅମାନିଆ

1 min
11.9K

କ୍ଵାରେଣ୍ଟାଇନରୁ ଆକ୍ରାନ୍ତ ଫେରାର

ଶ୍ରମିକ ଟ୍ରେନର ଚେନ୍ ଟଣା ହୁଏ

ଲାଠି ବର୍ଷେ କଲିକତା ରାସ୍ତାରେ।

ଆଶଙ୍କାରେ ଜର୍ଜରିତ ଦେଶ

ଅମାନିଆ ଉପଦ୍ରବ କରେ।।


ମଣିଷ ଠାରୁ ଉଚ୍ଚ ଲାଠି

ମାର୍ଚ୍ଚ ଫାଷ୍ଟରେ ଥରୁଛି ଧରିତ୍ରୀ।

ସିଂହ ଗର୍ଜନ ପ୍ରଶାସନର

ସାବଧାନ! ,ଘରେ‌ ରୁହ

ଶତୃ ଅଦୃଶ୍ୟ, ସୁରକ୍ଷିତ ରୁହ।।


ଶୁନ ଶାନ ରାଜ ରାସ୍ତା

ବନ୍ଦ କାରଖାନା ‌ବଜାର‌‌ ଦୋକାନ

ଗୃହ ବନ୍ଦୀ‌ ଦେଶର‌ ମଣିଷ।

ଘୁରିଵୁଲେ ପରାକ୍ରମୀ ‌ଭୂତ

ଘର ବାହାର ସାରା ସଂସାର।।


ପୃଥିବୀର ହୃଦୟ ଥରିଲେ

ସାପମାନେ ‌ରାସ୍ତାରେ‌ ଖେଳନ୍ତି।

ବନ୍ଦ କର୍ଫ୍ୟୁ ‌ଲକଡାଉନ ହେଲେ

ଅମାନିଆମାନେ ଆବଦ୍ଧ ଭାଗନ୍ତି

ସମାଜରୁ ‌ଵାହାରି ଆସନ୍ତି।।


ବାହାରେ ଅଦୃଶ୍ୟ ଶତୃର

ହୁଙ୍କାର

ଭିତରେ ଅସହାୟର ଦିର୍ଘଶ୍ଵାସ ।

ଅମାନିଆ ର କଣ ଯାଏ

ମହାମାରୀରେ ସଫାରି‌ କରେ

ପୋଲୀସ ସହ ଲୁଚୁକାଳି ଖେଳେ।।


ଆବେଗର ଦୁର୍ଵୋଧ କିଶୋର

ମନେହୁଏ ଭିନ୍ନ ପ୍ରଜାତିର

ସେ‌‌ ନିର୍ଭିକ,ସେ ନିର୍ବିକାର

ମାନେ ‌ନାହି ସୀମା‌‌ ସରହଦ

ଆଇନ କାନୁନ୍ ଓ ସାମାଜ।


ମାନିଲେ ମିଳନ୍ତି ଇଶ୍ଵର

ନ ମାନିଲେ ସବୁ ତ‌ ଅସାର।

ଅମାନିଆ ଏକ ଵ୍ଯତିକ୍ରମ

ଅଧିଶ୍ଵର ନିଜ ଖିଆଲାର

ପାଲଟେ ଆତଙ୍କ ସମାଜର।।


Rate this content
Log in

Similar oriya poem from Abstract