STORYMIRROR

Ajaya Kumar Mohanty

Abstract Action Others

3  

Ajaya Kumar Mohanty

Abstract Action Others

ନନ୍ଦିଘୋଷ

ନନ୍ଦିଘୋଷ

1 min
55


  

ପ୍ରସ୍ତୁତିର‌ ପର୍ବ ପ୍ରାୟ ଶେଷ

ବଡ଼ଦାଣ୍ଡରେ ସଜ୍ଜିତ ତିନି ରଥ

ସବୁ ଚାଲିଛି ଵ୍ଯବସ୍ଥା ମୁତାଵକ 

ଅଣସରରେ ବ୍ୟସ୍ତ ଜଗନ୍ନାଥ।।


କୋର୍ଟ ନିର୍ଦ୍ଦେଶ ଅକସ୍ମାତ

ଚମକି ପଡ଼ିଲା ଦେଶ ଦଶ

ରଥ ଯାତ୍ରା ହେବ ଵନ୍ଦ

ଦାଣ୍ଡେ ଗଡିଵନି ନନ୍ଦିଘୋଷ।।


ନେତାଙ୍କ ବିଶ୍ବାସ ଅଭାବ

ଗୃହଵନ୍ଦୀର ବଢିଲା ମିୟାଦ

ବିଶ୍ବାସ ସଙ୍କଟରେ ଭକ୍ତ

ପତିତପାଵନ ଦର୍ଶନ ଵଞ୍ଚିତ।।


ସଚରାଚର ବିଶ୍ଵ ଯାର ସୃଷ୍ଟି

ହୁଏନା ତାର ଇଚ୍ଛାପୂର୍ତ୍ତି

ଭକ୍ତର ବିପଦ ଅପ୍ରମିତ

ସାହାଯ୍ୟ ପାଇଁ ଅସର୍ମଥ।।


କାହାକୁ କହିବେ ବା ଦୁଃଖ

ସ଼ହିଵା ଶକ୍ତି ତାଙ୍କର ଅଶେଷ।

ଲୋକମୁଖରେ‌ ଜଗନ୍ନାଥ

ସର୍ବାଗ୍ରେ ଚର୍ଚ୍ଚିତ ନାୟକ।।


ଅଦୃଶ୍ୟ ଶତୃ ସହ ଯୁଦ୍ଧ

ଚାଲେ ଜୀବିକା ପୁର୍ନବାସ।

ଭକ୍ତଙ୍କ ଫେରନ୍ତା ବିଶ୍ବାସ

ବଡ଼ଦାଣ୍ଡେ ଗଡିଲେ ନନ୍ଦିଘୋଷ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract