ଶୁଣ ଭାଗ୍ୟବାନ
ଶୁଣ ଭାଗ୍ୟବାନ
ବଡ଼ ଅଦ୍ଭୁତ ଏ ବିଜ୍ଞାପନ ଏବଂ
ଆମ ଶ୍ରୀମତୀଙ୍କ ଖବର କାଗଜ ପାଠ ।
ପଚାରିଲି ପାଠେମଗ୍ନା ଶ୍ରୀମତୀଙ୍କୁ ଦିନେ,
ଶୁୁଣ ଭାଗ୍ୟବାନ ! କି ଇଉରେକା !!
କ'ଣ କିଛି ନୂଆ ଉଦ୍ଭାବନ !!!
ଗରଗରେଇ କହିଲେ ଘରଣୀ-
ହଇହୋ ! ନିଅ ଦେଖ, ବାହାରିଛି
ଆଜି ଅଣ୍ଡା ପାଇକାରି ଦର ,
କାର୍ଟୁନ୍ ପ୍ରତି ଦୁଇଶହ ଚଉବନ ମାତ୍ର ।
କେତେ କ'ଣ କରୁଛନ୍ତି ଲୋକେ
ତୁମେ ଖାଲି ବସିବା ଜାଣିଛ,
ଅନ୍ତତଃ ଚିଆଁ ବିକା ଲାଭପ୍ରଦ
ଉଷୁମାଅ ଡିମ୍ବ ,
ଜଲଦି ଯାଅ ବଜାରକୁ କାର୍ଟୁନ ବାଟେ
ଅଣ୍ଡା ନେଇଆସ ।
ଶ୍ରୀମତୀଙ୍କୁ ବୁଝେଇଲି, ବୁଦ୍ଧିମତୀ
କଥା ଟିକେ ଶୁଣ,
ଆଇନ୍ ଯେମିତି ତା ନିଜବାଟେ ଯାଏ
ତୁମେ ମଧ୍ୟ ସ୍ୱତନ୍ତ୍ର ସ୍ୱ।ଧୀନ ,
କିନ୍ତୁ ଏତେ ଅଣ୍ଡା ହେବ ଅବା କ'ଣ ?
ଆମର ତ ଛୋଟ କାରଖାନା
ଉଧେଇବା କଷ୍ଟକର ବକଟିଏ ଛୁଆ
ପୋଥି ବାଇଗଣ ନୁହଁ ବାଡି ବାଇଗଣ
ଅତଏବ କଥାମାନ,
ଅଳ୍ପ ଆଣି କରାଯାଉ ପରୀକ୍ଷା ନ
ମୁନା ।
ସନ୍ଧ୍ୟା ଆଗୁ ସେଇଆ ହିଁ ହେଲା,
ଫାଟିଲା ସିନ୍ଦୂରା ପୁଣି ଆସିଥିବା
ଅଣ୍ଡା ବି ଫୁଟିଲା,
ଶ୍ରୀମତୀଙ୍କ ଅର୍ଥ ଉପାର୍ଜନ ପନ୍ଥା ନିଷ୍ଫଳ
ଡିମ୍ବତକ ଚିଆଁହୀନ ଘୋଳା;
ତରାଟି ଆଖି ଦୁଇଟି କହିଲେ ଶ୍ରୀମତୀ-
ହଁ, ଏବେ ଶୁଣାଇବ କେତେ ପ୍ରବଚନ
ମଧୁର ଭାଷଣ,
ଆଜେବାଜେ ଆମ ବୁଦ୍ଧି ମହାପ୍ରଭୁ କାଳିଆଙ୍କ
ହାତକୁ ବି କରିଛି ଖଣ୍ଡିଆ,
ଏଇମିତି ଯୋଜନା ଫୋଜନା ଯାକ
ଖାଲି ପଚା ଅଣ୍ଡା ।
ତୁମେ ଖାଲି ଏକା ଏକା
ଭାଗ୍ୟବାନ, ବୁଦ୍ଧିମାନ ଗୋବର ଗଣେଶ ।
କହିଲି- ଗୋ ପ୍ରାଣପ୍ରିୟା,
ନିମିତ୍ତ ମାତର ମୁଁ,ଏକ କ୍ଷୁଦ୍ର ଚିଆଁ,
ବଢି ବଢି କୁକୁଡୁ କୁ ଗଞ୍ଜା,
ଚଟାପଟ ଗରମ ମସଲା,ତତଲା ତେଲ
କଢ଼େଇ ଇତି ମୋ ଠିକଣା ।
ତୁମ ପରି ଆଉ କେତେ ଏ ଜଗତେ
କରମରେ ଅବଶ୍ୟ ବାଉଳା,
ଭାବନାରେ ଦିନସାରା ଉଙ୍କି ମାରି
ଆକାଶରେ ଗଣୁଥାଅ ତାରା ,
ଚାଲୁଥାଉ ଏ ସଂସାରେ ଏଇମିତି
ଭେଳିକିର ପାଲା ।