STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମୁଁ ଏଇଆ ଭାବୁଛି ଯେ

ମୁଁ ଏଇଆ ଭାବୁଛି ଯେ

1 min
258

ଆପଣଙ୍କ ପିଲା ଆପଣଙ୍କୁ ବୋଧେ

     ବାପା ବୋଲି ଡାକୁଥିବେ,

ଆପଣଙ୍କ ସ୍ତ୍ରୀଠାରୁ ଆପଣଙ୍କୁ

     ଅଳ୍ପ ଭଲ ପାଉଥିବେ‌।


ଆପଣଙ୍କ ଟଙ୍କା ସାରୁଥିଲେ ମଧ୍ୟ

     ବୋଧେ ଏକ ହେଉଥିବେ,

ଶାସକ ଦଳରେ ସିଏ ରହୁଥିବେ

     ଆପଣ ବି ହାରୁଥିବେ।


ଭାବୁଛି ଆପଣ ଶୋଉ‌ଥିଲା ବେଳେ

     ଆଖି ବୁଜି ଶୋଉଥିବେ,

ଖାଇବାକୁ ଇଚ୍ଛା କରୁ ତ ନ ଥିବେ

    ଯେବେ ଖାଇ ସାରିଥିବେ।


ଲାଟିନ ଆସିବା ପରେପରେ ବୋଧେ

     ଶୌଚ ନିଶ୍ଚେ ହେଉଥିବେ,

ଗାଧୁଆ ସରିଲେ ବସ୍ତ୍ର ପରିଧାନ

     ବୋଧେ ବଦଳ‌ଉ ଥିବେ।


ଔଷଧ ନିଶ୍ଚୟ କିଣୁଥିବେ ବୋଧେ

     ଦେହଟା ବିଗିଡି ଗଲେ,

ଆପଣ ବି ବୋଧେ ଛତା‌ ମାରୁଥିବେ

     ମେଘ ପୁଣି ବରଷିଲେ‌।


ମଶା କାମୁଡ଼ିଲେ ଆପଣ ବି ବୋଧେ

     ନିଜେ ମାଡ଼ ଖାଉଥିବେ,

ସକାଳୁ ଉଠିଲେ ଆପଣ ବି ବୋଧେ

     ମୁହଁକୁ ପଖାଳୁ ଥିବେ।


ଶଶୁର ଘରକୁ ଯାଉଥିବେ ବୋଧେ

     ନୂଆ ଡ୍ରେସ୍ ପିନ୍ଧିପାନ୍ଧି,

ଶାଳୀ ସାଙ୍ଗେ ଟିକେ ଗପିବା ପାଇଁକି

    ଖୋଜୁଥିବେ ବୋଧେ କନ୍ଦି‌।


ବୋଧେ ଫାଙ୍କା ବେଳେ ଆପଣ ନିଶ୍ଚୟ

     ମୋବାଇଲ ଟିପୁଥିବେ,

ବେଳେବେଳେ ଫୋନ ଦେଖି ଚାଲୁଚାଲୁ

    ବୋଧେ ଝୁଣ୍ଟିପଡିଥିବେ।


ଏଇଆ ଭାବୁଛି ମୋବାଇଲ କାର୍ଡ

     ଯଦି ସରି ଯାଉଥିବ,

ଆପଣଙ୍କମୁଣ୍ଡ ବୋଧେ ସେତେବେଳେ

     ଖରାପ ବି ହେଉଥିବ।


ବୋଧେ ଆପଣଙ୍କ ଆଖି ଖୋଜୁଥିବ

     ଭିଡ଼ରେ ସୁନ୍ଦରୀ ଝିଅ,

ଫୋନ୍ କଲ୍ ଯେବେ ଝିଅଙ୍କର ଆସେ

    ବେଶୀ ବୋଧେ ଗପୁଥାଅ।


ନିଜ ବୟସକୁ କମେଇବା ପାଇଁ

     ଆପଣ ବି ଭାବୁଥିବେ,

ପ୍ରତିଦିନ ନିଶ ଦାଢ଼ି ଚାଞ୍ଛୁଥିବେ

     ବାଳ ରଙ୍ଗ କରୁଥିବେ।


ବରମୁଣ୍ଡା ପିନ୍ଧି ବୁଲିବାକୁ ବୋଧେ

     ବେଶୀ ଭଲ ପାଉଥିବେ,

ବସ୍‌ ଭିତରେ ଝିଅଙ୍କ ଦେହରେ

    ବୋଧେ ଘଷି ହେଉଥିବେ। 


ଅନ୍ଯ ଲେଡିଜଙ୍କୁ ବାଇକିରେ ବୋଧେ

     ବସେଇ ବୁଲ‌ଉଥିବେ,

ନିଜ ଘରଣୀକୁ‌ କାମ ବାହାନାରେ

     ବୋଧେ ଫାଙ୍କି ଚାଲୁଥିବେ।


ଖୁସି ହେଉଥିବେ ଆପଣ ବି ବୋଧେ  

     ଲେଡିଜ୍‌ ଭୟସ ଶୁଣି ,

ବୋଧେ ଡରୁଥିବେ ହଠାତ୍ ତୁମକୁ

     ଫୋଅନ୍‌ କଲେ ଘରଣୀ।


ବୋଧେ ଭାବୁଥିବେ କୋଟିକୋଟି‌ ଟଙ୍କା

     ବାଟୁଁ‌ ମିଳିଯାଆନ୍ତା‌ କି,

ରକେଟ୍ ଯାନରେ ମଙ୍ଗଳ ଗ୍ରହକୁ

     ଇଚ୍ଛା ହେଲେ ଯାଉଥାନ୍ତି ।


ହଁ,ଆପଣଙ୍କ ସ୍ତ୍ରୀ ଦେଖୁଥିବେ ବୋଧେ

     ବେଶୀ ଟିଭି ସିରିଏଲ 

ହିରୋ ହିରୋଇନ ସିନେମାରେ ବୋଧେ

     ପାଣ୍ଡିତ୍ୟ ଥିବ ପ୍ରବଳ।


ଆପଣଙ୍କ ଆଗେ କୁନା ବାପାଙ୍କର‌

     ପ୍ରଶଂସା ବି କରୁଥିବେ,

ଆପଣଙ୍କୁ ବୋଧେ ୟୂଜ୍‌ କରୁଥିବେ

     ତାଙ୍କ ଏଟିଏମ୍ ଭାବେ ।


ଆପଣବି ବୋଧେ ଅନ୍ଯ ଆଡେ ନିଜେ

     ଷଣ୍ଢ ବୋଲି କହୁଥିବେ,

ଏଇଆ ଭାବୁଛି ନିଜ ସ୍ତ୍ରୀ ପାଖେ

     ମୂଷା ପ୍ରାୟେ ରହିଥିବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy