STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ବର ଆସୁଛି ଦେଖ

ବର ଆସୁଛି ଦେଖ

1 min
345


ବର ତ ଆସିଛି ଘୋଡା ଗାଡି ଚଢି

    ବାଜୁଅଛି ଡିଜେ ବାଜା,

ଶିଂଘ ବାଜା ତାଳେ ଗାଆଁଟା ଦୁଲୁକେ

    ବ୍ୟାଣ୍ଡ ବାଜା ଲାଗେ ମଜା।

ବୋଲର‌ ପଛକୁ ଲାଗିଛି ବୋଲର

    ଚାଲିଛି ବି ଠିପି ଖୋଲା,

ନାଚବାଲି ଛାତି ନୋଅ‌ଟରେ ଭର୍ତ୍ତି

    ଅତର‌ ସ୍ପ୍ରେ ଉଡିଲା। 

ବରର ଖାତିରି ଅଛି ବୋଲି ଶହେ

    ବରଯାତ୍ରୀ ବି ଆଣିଛି‌,

ମଦ ସିଗାରେଟ ଗନ୍ଧ ତାଙ୍କଠାରୁ

    ଖାଲି ତ ବାହାରୁ ଅଛି।

ଆଜିକାଲି ପୁଣି ଲେଡୀ ବରଯାତ୍ରୀ

    ଆସିବାଟା‌ ଦରକାର,

ନୋହିଲେ ମଜାଟା‌ ପାଣି ଫାଟିଯିବ

    ପ୍ରେଷ୍ଟିଜ୍‌ ହେବ ହାମ୍ପର‌।

ପାଦଟଳମଳ‌ ବିଅର ବୋତଲ

    ଶୋହେ ଲେଡିଜ୍‌ଙ୍କ ହାତେ,

ଛାତିକଟା,ହାତକଟା‌ ,ପିଠିକଟା

    ଡ୍ରେସ୍ ପିନ୍ଧିଛନ୍ତି ଯେତେ।

ନାଗିନୀ ଗୀତକୁ ରଙ୍ଗବତୀ ତାଳେ

    ପୁଅଝିଅ ଯୋଡ଼ି ହୋଇ,

ଯେଉଁ ଭଳି ଡ୍ଯାନ୍ହ‌ ମାରୁଥାନ୍ତି ତାହା

    ଆଉ କହି ହେବ ନାହିଁ।

ବରବସି ଘୋଡ଼ା ଗାଡ଼ିରେ ହଲୁଛି

    ମାଲ୍ ମାରି ଦେଇ ବୋଧେ,

ଗାଆଁ କିନ୍ତୁ କମ୍ପେ ବକ୍ସବାଣ ଆଉ

    ଗଡମା ଗଛ ଶବଦେ।                         

ବାଜାବାଣ ଶବ୍ଦ ଏମିତି ହେଲା ଯେ

    ଘୋଡ଼ାଟି ତରକି ଗଲା,

ଦୁଇ ଗୋଡ଼ ଟେକି ଏକା ଝିଙ୍କା ମାରି

    ଲଗାମ‌ ଛିଣ୍ଡାଇ ଦେଲା।

ଏଣେତେଣେକୁଦାମାରି ସେ ଡେଇଁଲା

    ଲୋକେ ସବୁ ଦ‌ଉଡିଲେ,

ସେତେବେଳେ କିନ୍ତୁ ମଝି ଗାଆଁଦାଣ୍ଡେ

    ବର ପଡ଼ି ଗଡୁଥିଲେ।

ବରଙ୍କର ମୁଣ୍ଡ କାନ ଫାଟିଗଲା

    ଶହେ ଆଠ ଡକାହେଲା,

ବର ଯାତ୍ରୀଙ୍କର ମଟନ ଖାଇବା

    ସେଇଠି ଅଟକିଗଲା।

ବାହାଘର ମଜା ଵାହାରି ତ ଗଲା

    ଖସିଗଲା ମଦନିଶା,

ଘୋଡ଼ା ଚଢି ବର ଆସିଲେ କି ହେବ

    ଭାଗ୍ଯେ ଥିଲା ଏହି ଦଶା।

ଏଇ ମ‌ଉକାରେ କନିଆଁଟି ତାର

    ପ୍ରେମିକକୁ‌ ଫୋନ୍ କଲା,

ଗାଆଁ ହୋ ହାଲ୍ଲା ଶୁକୁଟିକି ନେଇ

    ରଘୁଆ ପଳେଇଗଲା।

ଉଭୟଙ୍କ ମନ ମିଳିଲାରୁ‌ ସିନା 

    କିଏ କା' ସାଙ୍ଗରେ ଗଲା,

ଶୁକୁଟିଟା କ'ଣ ଆଳୁ ବସ୍ତା ତାକୁ

    ରଘୁ ନେଇ ପଳେଇଲା?

ଝିଅ ସିନା ଏଠି ସୁଯୋଗ ଦେବାରୁ

    ପୁଅ ତା‌' ହାତ ଧରିଲା,

ସେହି ହାତ ଯଦି ଗାଲେ ବାଜିଥାନ୍ତା

    କାହିଁ ହୁଅନ୍ତା ଏ ପାଲା?  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy