STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

କଳି ରାଜା କୁହେ

କଳି ରାଜା କୁହେ

1 min
285


ମିଛ ମୋ ଆପଣା ଖଚ‌ ମୋ କୁଟୁମ୍ବ

    ସ୍ଵାର୍ଥ ମୋର ସହୋଦର,

ଅହଂକାର,ମଦ,ମାତ୍ସର୍ଯ୍ଯ , ଦୁର୍ନୀତି

    ଏମାନେ ମୋ ପରିବାର।

ହିଂସା,ରାଗ,କ୍ରୋଧ, ନିନ୍ଦା, ଅପବାଦ

     ଏମାନେ ମୋ ସୈନ୍ୟ ଦଳ

ଲୋଭ ଓ ଲାଳସା ମନ୍ତ୍ରୀ ସେନାପତି

      କାମନା ମୋ କଟୁଆଳ।

କାମିନୀ, କାଞ୍ଚନ,କପଟପାଶାରେ

       ସମ୍ପର୍କ ଘନିଷ୍ଠ ମୋର,

ମାର୍‌ପିଟ୍‌ଦଙ୍ଗା,ଚୋରୀସେନାଯୋରୀ

       ଏଥିରେ ନିକଟତର।

ଛୁରୀ ଭୁଜାଲୀ କି ପିସ୍ତଲ କମାଣେ‌

      ମୋର ବେଶୀ କାରବାର,

ଦଙ୍ଗା,ହଙ୍ଗାମାରେ ମୁଁ ହୁଏ ସବାର

      ଗଣ୍ଡଗୋଳ ଦରକାର।

ରାଗ,ହିଂସା,ଦ୍ଵୈଷ, କାମନା,ଗୌରବ

      ଅପରାଦି‌ ଚତୁର୍ବିଂଶ,

ଏମାନେ ମୋହର ଅନ୍ତରଙ୍ଗ କହି

      କଳି କରେ ଅଟ୍ଟହାସ।

ପରୋପକାରୀକୁ ମୁହିଁ ଦଣ୍ଡ ଦିଏ

      ଠକକୁ‌ ଘଣ୍ଟ ଘୋଡାଏ‌,

ସତୁଆକୁ ବଡ଼ ଦାଣ୍ଡେ ଠିଆକରେ

      ମିଛୁଆକୁ ଭଲପାଏ।

ଧର୍ମ ଏଠି କାନ୍ଦେ ମୋହରି ପ୍ରହାରେ

      ଠୋ‌ ଠୋ‌ ହସେ ପାପ,

ବୀବେକ,କରୁଣା,ମଣିଷ ପଣିଆ 

      ମୋ ପାଇଁସେ ବିପରୀତ।

(ଯେ ସତ କହିବ ସଭାରେ ହାରିବ

      ତା'ପକ୍ଷ ନୋହିବେ‌ କେହି,

ଧନବାନ ବ୍ୟକ୍ତି ହେଉ ପଛେ ମୂର୍ଖ

      ସଭାରେ ପଣ୍ଡିତ ସେହି)

ଚଳିବନି କେବେ ବିନୟ ମଧୁର 

      ବଚନ ମୋ ସମ୍ମୁଖରେ,

ନିର୍ଦ୍ଦୟ ଭାବରେ ଯିଏ କାର୍ଯ୍ୟ କରେ

      ମୁଁ ଥାଏ ତାର ପାଖରେ।

ଯେ ଭଜିବ ହରି ସେ ହେବ ଭିକାରୀ

      ଦୁଃଖେ ଦୁଃଖେ ଯିବ ମରି,

 ମାୟା କପଟିଆ ମୋ ପାଖାପାଖିଆ

      ତାଙ୍କ ଧନ ଯାଏ ବଢି।

ଗୁରୁ ଗୁରୁଜନେ ଯେ ଭକତି‌ କରେ

      ସେ ବଡ଼ ଶତ୍ରୁ ମୋହରି,

ଧର୍ମ ,କର୍ମ, ଜ୍ଞାନ ,ମାନସନମାନ‌ 

      ଜାତକେ‌ ନାହିଁଁ ମୋହରି।

ସ୍ନେହପ୍ରେମ, ଶ୍ରଦ୍ଧା ମାନେ ମୁଁ ବୁଝେନା

      "ମୁଁ ହିଁ "ସକଳ ବିଧାତା,

କାହାକୁ ମାରିବି କାହାକୁ ତାରିବି‌

     ଯେତେ ବେଳେ ଯାହା ଇଚ୍ଛା।

ମୋହର ବିଜୟ ଏ କଳି ଯୁଗରେ

      ମୁଁ କଳି ଅଧିପତି,

ମୋତେ ଛାଡି ଯିଏ ଧର୍ମକୁ ଡାକିବ

      ହେବ ତାର ଅଧୋଽଗତି।

କଳିର ଏ କଥା ଶୁଣି ସାଧୁଜନେ

      ମନେ ହୁଅ‌ ନାହିଁ ଭାଳି,

ଦୁଷ୍କର୍ମ ଦୁର୍ନୀତି ପ୍ରବଳ ହେଉଛି

      ଯେଣୁ ଏହା ଘୋର କଳି।

କଳ୍କୀ ଅବତାର ପ୍ରକଟ ହୋଇବେ

      ବଳଦେବ ରଜା ହେବେ,

ସତ୍ୟରକ୍ଷା ପାଇଁ ଧର୍ମକୁ ସ୍ଥାପିବେ

       ଦୁଷ୍ଟଜନେ ବିନାଶିବେ।

ଧର୍ମ ମରେ ନାହିଁ ସତ୍ୟ ହାରେ ନାହିଁ

       ହରି ଯୁଗେ ଯୁଗେ ଛନ୍ତି,

ଅଧର୍ମ କଳିଟା‌ ଫୁଟାଣି ମାରୁଛି

       କରୁଛି ଯେଣୁ ରାଜୁତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy