STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ପିଠିଆ‌ ବଳଦ ମୁଁ

ପିଠିଆ‌ ବଳଦ ମୁଁ

1 min
391

ହଁ... ପିଠିଆ ବଳଦ ମୁଁ 

ଯେତେ ଇଚ୍ଛା ବୋଝ ଲଦ ମୋ ପିଠିରେ

   ହେବିନି ମୁଁ ହୁଁ ଚୁଁ....

ପିଠିଆ‌ ବଳଦ ମୁଁ.....।


ତମର ସେଥିରେ ଯାଏଆସେ କେତେ

  ପିଠି ଛିଣ୍ଡୁ ପଛେ ମୋର 

ଅସହ୍ୟ ଯନ୍ତ୍ରଣା ହେଉ ପଛେ ଯାହା

  ଚଢାଅ‌ ଛାଟ ପାହାର‌ 

ଯେଣୁ ମୁଁ ପିଠିଆ‌ ସଭିଙ୍କ ବେଠିଆ‌

  ସାଜିଛି ମୁଁ ବୋଲକରା 

ତୁଣ୍ଡ ମୋ ଖୋଲିଲେ ମୁଣ୍ଡ ଚାଲିଯିବ‌

   ଏହି ମୋ ବ୍ୟକ୍ତିତ୍ଵ ପରା 

ଅଦେଖା ବେଦନା ଅସହ୍ୟ ଯନ୍ତ୍ରଣା

  ସହିବାକୁ ନାହିଁ ଯୁଉ‌..

ହଁ ପିଠିଆ‌ ବଳଦ ମୁଁ.....।


ମୁଁ ଆଉ ମୁଁ ମୋର ହେଇ ନାହିଁ

  କେଳାର ପୋଷା ମାଙ୍କଡ 

ତାହା ଇସାରାରେ‌ ହଁ ନା ‌କରି

  ଟୁଙ୍ଗାରୁଛି‌ ମୁଣ୍ଡ ମୋର  

ଇଚ୍ଛା ବି ନଥିଲେ ବାଧ୍ୟେ‌ ଖେଳ କରେ‌

  ଖରା ହେଉ ଧୁ... ଧୁ...

ହଁ ପିଠିଆ‌ ବଳଦ ମୁଁ......।


ନିଜସ୍ଵ ହରାଇ ପରାଧୀନ ଆଜି

  ବେକେ‌ ପଘା ବନ୍ଧା ମୋର 

ହଳ ବୁଲ‌ଉଛି ବେଙ୍ଗଳା‌ ଘାଣ୍ଟୁଛି‌

  ଟାଣି ପାରେ ବି ଶଗଡ଼ 

ରୋଜଗାର କରି ଅର୍ଥ ଆଣେ ମୁଁ

  ଭୋଗ କରୁଥାରେ ତୁ....

ହଁ ପିଠିଆ‌ ବଳଦ ମୁଁ......।


ଦୁଃଖର ଗଣ୍ଡିରା‌ ଯନ୍ତ୍ରଣାର ଦାଉ

  ସମସ୍ୟାର ବୋଝ ବୋହି 

ପଡ଼ି ଉଠି ବାଟ କଷ୍ଟରେ ଚାଲୁଛି

  ପର ଗ୍ରହଦଶା‌ ନେଇ 

ତଥାପି ମୋ ପ୍ରତି ନାକ ଟେକୁଅଛ

  ଛେପ ଛାଟି ଥୁ‌ ଥୁ‌ ......

ହଁ ପିଠିଆ‌ ବଳଦ ମୁଁ......।


ଦସ୍ୟୁ ରତ୍ନାକର ଭଳି ପାପଧନ

  ଦେଲେ ତୁମେ ଖୁସି ହୁଅ 

କବି ବାଲମୀକ‌ ପଥ ମୁଁ ଧ‌ଇଲେ

  ଅନ୍ଧର୍ଥ‌ ପୁଣି ଲଗାଅ 

ପାଞ୍ଚଣ ମାଡଠୁଁ‌ ତୁମ ବାକ୍ୟବାଣ‌

  ମାରେ ବଞ୍ଚି ଥାଉ ଥାଉ...

ହଁ ପିଠିଆ‌ ବଳଦ ମୁଁ.....।


ସଂସାର ମୋହର ସେ ଭଙ୍ଗା ଗୁହାଳ

  ଦିନ ରାତି ମଶା ଖାଉ 

ମଶା କାମୁଡ଼ିଲେ ପିଠେଇଯାଏ ମୁଁ

  ଯନ୍ତ୍ରଣା ଯେତେ ବା ହେଉ 

ତଥାପି ମୁଁ ପରପାଇଁ ନିତି ମରେ

  ଯିଏ ମୋ ରକତ‌ ପିଉ....

ହଁ ପିଠିଆ‌ ବଳଦ ମୁଁ......।


କଟକର ଚିନ୍ତା ବାଇମୁଣ୍ଡିକି ଯେ

  ମୋ ଚିନ୍ତା ତୁମରି ସୁଖ 

ନିଜ କ୍ଷମତାରୁ ଅଧିକ ବୋହିଲେ‌

  ଡାକେ ବଳଦେବ‌ ରଖ 

ମୋ ଦେହ ଗାଡ଼ିର ମାଲିକ ଅଟନ୍ତି

  ବଡ ଦିଅଁ ମହାବାହୁ....

ହଁ ପିଠିଆ‌ ବଳଦ ମୁଁ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy