Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Inspirational Others

4  

KRUTIBAS NAYAK

Comedy Inspirational Others

ଭଦ୍ରମୁଖା ଚଉତିଶା

ଭଦ୍ରମୁଖା ଚଉତିଶା

2 mins
241


ଶବ୍ଦରୁ ସୃଜନ -25 : ଭଦ୍ରମୁଖା 

ବ୍ୟଙ୍ଗ କବିତା -


କହଇ ମନ ଆରେ ! ହେବୁ ତୁ ନେତା, ଯୁଗଯୁଗକୁ ତୋର ନ ଥିବ ଚିନ୍ତା,ରେ ।।୧।।

ଖୋଳ କରିବୁ ଖାଇ ଦେଶର ଖଣି, ଖଳ-ବଳ ଖଣ୍ଟଙ୍କୁ ପୋଷିବୁ ଆଣି,ରେ ॥୨॥


ଗୁଣ୍ଡା ହୋଇବେ ସାହା ନ ଥିବ ଡର, ଗଦା ହୋଇବ ଧନ ହେବୁ କୁବେର,ରେ ।। ୩॥

ଘର ଗଢିବୁ ଇନ୍ଦ୍ର ଭୁବନ ପରି, ଘରଣୀ ହେବେ ଆସି ରାଜକୁମାରୀ,ରେ ।।୪॥


ଚକେ ଗଡ଼ିଲେ ବାର ହାତେ ତୁ ଯିବୁ, ଚାହିଁ ରହିବେ ଯେତେ ବିରୋଧୀ ସବୁ,ରେ ॥୫॥

ଛନ୍ଦ କପଟ ବଳେ କିଣିବୁ ମନ, ଛଳେ-ବଳେ କରିବୁ ମନକୁ ଟାଣ,ରେ ॥୬॥


ଜନମ ଧନ୍ୟହେବ ହୋଇଲେ ନେତା, ଜମିବ ରାଜନୀତି କାଟିବୁ ଫିତା,ରେ ॥୭॥

ଝଡ଼ ଝଞ୍ଜା ଆସିଲେ ପାତିବୁ ମଥା, ଝମେଲା ନିଜେ କଲେ ତୁଟିବ କଥା,ରେ ॥୮॥


ଟଙ୍କା ବାଣ୍ଟିବୁ ଖାଲି ନିର୍ବାଚନରେ, ଟାଣିବୁ ଶହେ ଗୁଣ ନେତା ପଣରେ,ରେ ॥୯॥

ଠିକାରେ ଦେବୁକାମ ପାଇବୁ ପିସି, ଠିକଣା ବଦଳିଲେ ହୋଇବୁ ଖୁସି,ରେ ॥୧୦॥


ଡାକି କହିବୁ ମୁହିଁ ଦେଶ ସେବକ, ଡରିବୁ ନାହିଁ ତୋର ମେଣ୍ଟିବ ଭୋକ,ରେ ॥୧୧॥

ଢଗ ପକଉଥିବୁ ଭାଷଣ ବେଳେ, ଢିଲା କରିବୁ ନୀତି ଦୁର୍ନୀତି ବେଳେ,ରେ ॥୧୨॥


ତକିଆ ତଳେ ରଖିଥିବୁ ବନ୍ଧୁକ, ତାକୁ ଦେଖି ଡରିବେ ବିରୋଧୀ ଲୋକ,ରେ ।।୧୩।।

ଥୋଡ଼ାଏ ଟଙ୍କାଦେଲେ ଟିକେଟ ନେବୁ, ଥରେ ହାରିଲେ ରାଜ୍ୟସଭାକୁ ଯିବୁ,ରେ ॥୧୪॥


ଦୟା କରିବୁ ନାହିଁ ଦୁଃଖୀ ରଙ୍କିକୁ, ଦାନ କରିବୁ ନିଜଦଳ ଲୋକକୁ,ରେ ।।୧୫॥

ଧରା ଧରିରେ କରିନେବୁ ତୋ’ କାମ, ଧଣ୍ଡହେଲେ ବି କରୁଥିବୁ ଗର୍ଜନ,ରେ।।୧୬॥


ନିଶରେ ପେଜମାରି ଚାଲିବୁ ବାଟ, ନଇଁ ପଡ଼ିବାବେଳେ ମାରିବୁ ଛାଟ,ରେ ॥୧୭॥

ପାଇବୁ ଯାହା ତାକୁ ଛାଡ଼ିବୁ ନାହିଁ, ପାଦ ଧରିଲେ ସିନା ଯିବୁ ଆଗେଇ,ରେ ॥୧୮॥


ଫୁଲ ମାଳରେ ପୋତିହେଇ ପଡ଼ିବୁ, ଫୁଲା ଫାଙ୍କିଆ ହେଲେ ଆଗେ ବଢିବୁ,ରେ ॥୧୯॥

ବଡ଼ ପଦବୀ ଯଦି ପାଇବୁ ତୁହି, ବଦନାମୀକୁ କେବେ ଡରିବୁ ନାହିଁ,ରେ ॥୨୦॥


ଭାବିବୁ ଦେଶ ଧନ ସବୁ ତ ମୋର, ଭୋଅଟ ବେଳେ ପାଦେ ହେବୁ ଜୁହାର,ରେ ॥୨୧॥

ମିଛ କହିବା ନେତାମାନଙ୍କ ପେଷା, ମାଗଣାଖିଆ ଦେଖି ବାଣ୍ଟିବୁ ନିଶା,ରେ ॥୨୨॥


ଯଦି ବିରୋଧୀ କେହି ଆଗକୁ ଆସେ, ଯାତନା ଦେବୁ ଧରି ପଡ଼ିବ ମାସେ,ରେ॥୨୩॥

ରହିବୁ ଯାଇ ଷ୍ଟାର ହୋଟେଲ ଦେଖି, ରାତ୍ରୀ ଭୋଜନ ଭଡ଼ା ରହିବ ବାକି,ରେ ॥୨୪॥


ଲାଞ୍ଚ କମିଶରେ ପୂରିବ ଘର, ଲାଜ ସରମ ଛାଡ଼ି ହୋଇବୁ ହୀରୋ,ରେ ।।୨୫।।

ଶରଧା କରୁଥିବୁ ବଦମାସଙ୍କୁ, ଶିଡ଼ି ନ ଥାଇ ଚଢ଼ିଯିବୁ ସ୍ୱର୍ଗକୁ,ରେ ॥୨୬॥


ଷଡ଼ରିପୁ ସହିତ ବନ୍ଧୁ ବାନ୍ଧିବୁ, ଷଣ୍ଢକୁ ଭାଗବତ ପଢାଉ ଥିବୁ,ରେ । ॥୨୭॥

ସଞ୍ଜ ବେଳକୁ ସାଙ୍ଗ-ସାଥୀଙ୍କୁ ଧରି, ସୁଖ ପାଇବୁ ନିଶା ସେବନ କରି,ରେ ।।୨୮॥


ହଜିଲେ ହଜିଯାଉ ଦେଶର ନାମ, ହସି ହସାଇ ଦେବୁ ଆସିଲେ ଯମ,ରେ।।୨୯॥

କ୍ଷମା କରିବୁ ନାହିଁ ସତ୍ୟବାଦୀଙ୍କୁ, କ୍ଷୀରରେ ସ୍ନାନ କରାଇବୁ ବାବାଙ୍କୁ,ରେ । ॥୩୦॥



Rate this content
Log in

Similar oriya poem from Comedy