STORYMIRROR

Arjun Das

Comedy

4  

Arjun Das

Comedy

ବାଃ ବାଃ ରେ ପୁଅ

ବାଃ ବାଃ ରେ ପୁଅ

1 min
249

ପୁଅ ଏବେ ଚାକିରି କରିଛି 

ଗାଁ ଠୁ ବହୁତ ଦୂରରେ 

ବାପା ବୋଉ ଡାକ ଭୁଲିତ ଗଲାଣି 

ମମି ଆଉ ଡାଡି ଡାକେରେ ।।


ପାଦ ଧୂଳି ଆଉ ମୁଣ୍ଡରେ ମାରେନି 

ପ୍ରଣାମ ସେ ଭୁଲି ଗଲାରେ 

ହେଲୋ ହାଏ କହି ଅତର ଲଗାଇ 

ଅଫିସ ଯାଉଛି ଏବେରେ ।।


ପଖାଳ କଂସା ରେ ମନ ଲାଗୁନାହି

ଫାଷ୍ଟ ଫୁଡ ନିତି ଖାଏରେ 

ପୁଅ ଏବେ ଚାକିରି କରିଛି 

ଗାଁ ଠୁ ବହୁତ ଦୂରରେ ।।


ସହରି ସହରି ବାସନା ଛାଡୁଛି 

ଚାଲିଯାଏ ଯେଉ ବାଟରେ 

ବିନା ପଙ୍ଖା ତଳେ ରାତି କଟୁଥିଲା 

ନିଦ ଲାଗୁନାହି ଏସିରେ ।।


ବାପା ବୋଉ ଭୁଲି ଦିନ କାଟୁଅଛି 

ଘରଣୀ କୁ ଧରି ବାହାରେ 

 ପୁଅ କାଳେ ଜମା ପାଠ ପଢୁନାହି 

ରହିଲେ ଏଇ ଗାଆରେ ।।


ଯେଉ ମା ମାଟି ଗଢିତୋଳି ଥିଲା 

କ୍ଷଣିକରେ ଭୁଲି ଗଲୁରେ

ପୁଅ ଏବେ ଚାକିରି କରିଛି 

ଗାଁ ଠୁ ବହୁତ ଦୂରରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy