କବି ପ୍ରେମିକାର ଦୁଃଖ
କବି ପ୍ରେମିକାର ଦୁଃଖ
ଭଲ ମୁଁ ପାଇଛି କବି କି
ଦିନ ଆଉ ରାତି ମୋହର କଟୁଛି
କବିତା କୁ ଶୁଣି ଶୁଣିକି
ଭଲ ମୁଁ ପାଉଛି କବିକି !
ବିନା ଅଳଙ୍କାରେ ସଜାଇ ଦେଉଛି
କବିତାରେ ତାର ନେଇକି
କେତେଯେ ଉପମା ବାଢି ଦେଉଅଛି
ଆକାଶ ରୁ ଜହ୍ନ ତୋଳିକି ?!
ହୋଟେଲ ସିନେମା ଯିବାକୁ କହିଲେ
ନେଉଛି କବି ସମ୍ମିଳନୀ କି
କବି ଙ୍କ ଗହଣେ ଏପରି ଲାଗୁଛି
କାହି ଭଲ ମୁଁ ପାଇଲି କବିକି ?!
ପିଜା ବରଗର ମାଗିଲା ବେଳକୁ
ଶୁଣାଉଛି ସିଏ ବାଣୀକି
ଓଡିଶାର ତୁମେ ସୁଯୋଗ୍ୟ ସନ୍ତାନ
ପଖାଳ କୁ ଭୁଲିଗଲକି ?
ଜିନ୍ସ ପ୍ଯାଣ୍ଟ ପିନ୍ଧିକି ବୁଲିଲେ
ଲେଖିଅଛି ମତେ ଦେଖିକି
ନିଜ ସଭ୍ୟତା କୁ ଭୁଲି କରି କାଳେ
ଆଧୁନିକ ବନିଗଲ କି ?
