STORYMIRROR

Arjun Das

Comedy

4  

Arjun Das

Comedy

କବି ପ୍ରେମିକାର ଦୁଃଖ

କବି ପ୍ରେମିକାର ଦୁଃଖ

1 min
222

ଭଲ ମୁଁ ପାଇଛି କବି କି 

ଦିନ ଆଉ ରାତି ମୋହର କଟୁଛି 

କବିତା କୁ ଶୁଣି ଶୁଣିକି 

ଭଲ ମୁଁ ପାଉଛି କବିକି !

ବିନା ଅଳଙ୍କାରେ ସଜାଇ ଦେଉଛି

କବିତାରେ ତାର ନେଇକି 

କେତେଯେ ଉପମା ବାଢି ଦେଉଅଛି 

ଆକାଶ ରୁ ଜହ୍ନ ତୋଳିକି ?!

ହୋଟେଲ ସିନେମା ଯିବାକୁ କହିଲେ 

ନେଉଛି କବି ସମ୍ମିଳନୀ କି 

କବି ଙ୍କ ଗହଣେ ଏପରି ଲାଗୁଛି 

କାହି ଭଲ ମୁଁ ପାଇଲି କବିକି ?!

ପିଜା ବରଗର ମାଗିଲା ବେଳକୁ 

ଶୁଣାଉଛି ସିଏ ବାଣୀକି 

ଓଡିଶାର ତୁମେ ସୁଯୋଗ୍ୟ ସନ୍ତାନ 

ପଖାଳ କୁ ଭୁଲିଗଲକି ?

ଜିନ୍ସ ପ୍ଯାଣ୍ଟ ପିନ୍ଧିକି ବୁଲିଲେ 

ଲେଖିଅଛି ମତେ ଦେଖିକି 

ନିଜ ସଭ୍ୟତା କୁ ଭୁଲି କରି କାଳେ 

ଆଧୁନିକ ବନିଗଲ କି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy