ପୁଅଙ୍କ ଅବସ୍ତା ବାହାଘର ପରେ
ପୁଅଙ୍କ ଅବସ୍ତା ବାହାଘର ପରେ
ପୁଅଙ୍କ ଅବସ୍ତା ବାହାଘର ପରେ
ଧାର ନଥିବା ଖଣ୍ଡାଟିଏ
ବାହାରେ ଗର୍ଜନ ସିଂହ ପରି ସିନା
ଘର ଭିତରେ ପରା ଛାଗଟିଏ ॥
ମନରେ ବହୁତ ରାଗାଥାଏ
ଘରଣୀ କୁ ସିଏ ପାଖରେ ଦେଖିଲେ
ଭୟରେ ସବୁ କିଛି ଭୁଲିଯାଏ ॥
ଦାଣ୍ଡରେ ଭାଷଣ ମାରୁଥାଏ
ଘରଣୀ ମୋହର ମୂଷା ପରି ରୁହେ
ମୋତେ ଦେଖି ପରା ଥରୁଥାଏ ॥
ଫଟା ମାଠିଆ ପରି ରଡୁଥାଏ
ସନ୍ଧ୍ୟା ହେଲେ ନୀତି ଘରକୁ ଫେରଇ
ଡେରିକଲେ ସ୍ତ୍ରୀ ଗାଳିଦିଏ ॥
ନିଜ ଯତ୍ନ ସିନା ଭୁଲିଯାଏ
ସ୍ତ୍ରୀ କଥା କେବେ ଭୁଲେ ନାହି
ଟିକିଏ ଭୁଲ ହୋଇଗଲେ ପରା
ବେଲେଣା ରେ ଖୋବା ଖାଉଥାଏ ॥

