STORYMIRROR

Arjun Das

Comedy

4  

Arjun Das

Comedy

ଗଞ୍ଜେଇ ଚାଷ

ଗଞ୍ଜେଇ ଚାଷ

1 min
273


ଗଞ୍ଜେଇଆଙ୍କ ଦିନେ ବସିଲା ସଭା 

ବିଚାରିଲେ ଗଞ୍ଜେଇ ଚାଷ କରିବା।

ଏମିତି ଆଉ କେତେ କିଣି ଖାଇବା 

ନିଜେ ଚାଷକରି ନିଜେ ଚଳିବା।

ଯତନେ କିଆରୀ ପ୍ରସ୍ତୁତ କଲେ 

ବାଛି ବାଛି ଚାରା କିଣି ଆଣିଲେ।

ଯେତେ ଥିଲା ଧନ ଲଗାଇଦେଲେ 

ବହୁତ ଦିନକୁ ଅପେକ୍ଷା କଲେ।

ଗଛ ବଡ ହେଲେ ଟାଣିବୁ ଆମେ 

ଜଳକା ପରି ଚାହିଁଥିବା ଯେ ତୁମେ।

ଗଛ ବଡ ହୋଇ ହେଲା ପାକଳ 

ପୋଲିସ ଭାଇଙ୍କ ଲାଗିଲା ମେଳ।

ଏହାଦେଖି ସେ କାବା ହୋଇଲେ 

ମାମୁଁ ମାନେ କିପରି ଜାଣିପାରିଲେ।

ମାମୁଙ୍କର କାମ ଆରମ୍ଭ ହେଲା 

ଗଞ୍ଜେଇ ଦମନ କାର୍ଯ୍ୟ ଚାଲିଲା।

ପୋଲିସ ବାବୁଙ୍କ ଚଢାଉ ଦେଖି

ଗଞ୍ଜେଇଆ ଗଲେ ଲାଙ୍ଗୁଡ଼ ଜାକି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy