Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Comedy

4  

Arjun Das

Comedy

ସ୍ୱପ୍ନ ରେ ଘରଣୀ

ସ୍ୱପ୍ନ ରେ ଘରଣୀ

1 min
236



ନିଦ ମଳେ ମଳେ ବାଉଳା ହୋଇ

ଧରି ପକାଇଲି ସ୍ତ୍ରି ତଣ୍ଟି କୁ ଯାଇ ॥

କହିଲି ଆଜ ପାପ ନାଶିବି

ତୁମକୁ ମାରି ମୁଁ ଜେଲ ଯିବି ॥

ମନ ଇଛା ବହୁ ଗାଳି କରିଲି

ସବୁ ରଙ୍ଗ ତାର ଛଡେଇ ଦେଲି ॥

ହାତରେ ଧରି ଏକ ଛୁରି କୁ

କହିଲି କାଟିବି ତମ ବେକ କୁ ॥

ଯେତେ ରାଗ ଆଜ ସବୁ ସାରିବି

ସ୍ତ୍ରି କୁ ମାରି ମୁଁ ଧନ୍ୟ ହୋଇବି ॥

ପୁରୁଷ ଯାତି ର ନାମ ରଖିବି

ଆଜି ଠାରୁ ନୂଆ ଇତିହାସ ରଚିବି ॥

ପାଣି ବାଲିଟିଏ ଆଜାଡି ଦେଲା

ସ୍ୱପ୍ନ ଭାଙ୍ଗି ମୋର ଚୁନା ହୋଇଲା ॥

ଖଟ ରୁ ଉଠି ଦେଖିଲା ବେଳକୁ

ଘରଣୀ ମୋର ଧରି ଝାଡୁ କୁ ॥

କହିଲି ଆଜ ତୁମକୁ ପିଟିବି

ସ୍ୱାମି ଛାଡି ବାପ ଘରେ ରହିବି ॥

ଜାଣି ନ ଜାଣିବା ପରି କହିଲି

ଅତି ଶରଧା ରେ ପ୍ରିୟା ବୋଇଲି ॥

କ’ଣ ହୋଇଛି ମୋହରି ଧନ

କାହିଁକି ଉଦାସ ତୁମର ମନ ॥

ରାଗ କି ତାହାର ସତେ କମୁଛି

ଚଣ୍ଡି ପରି ସେ ଗରଜୁ ଅଛି ॥

ମା ଦଶଭୁଜା ପରି ସେ ଲାଗୁଛି

ବେଲେଣା ଛାଞ୍ଚୁଣି ହାତେ ଧରିଛି ॥

କହିଲି ମାତ 

ରାଗ ଦୋଷ ସବୁ କ୍ଷମା କରତ

ମୁହିଁ ବାଳୁତ

ଯାହା ହୋଇଗଲା ଯେ ଅଜାଣତ ॥

ଅସ୍ତ୍ର ଶସ୍ତ୍ର ମାନ ତ୍ୟାଗ କରିଣ

ସେଜ କୁ ତୁମର କର ବରଣ ॥

ରାତି କଟାଇବା ଆନନ୍ଦେ ଆଜ

ରାଗ ଋଷା ସବୁ ମନରୁ ହେଜ ॥


Rate this content
Log in

Similar oriya poem from Comedy