ମୋବାଇଲି ବନ୍ଦନା
ମୋବାଇଲି ବନ୍ଦନା
ପ୍ରଭାତୁ ସେଜ ତ୍ୟାଗକର
ସବ୍ରାଗେ ମୋବାଇଲି ଧର ॥
ପହୁଡ ଫିଟା ମନ୍ତ୍ର ଜପି
ଲକ ବଟନ ଧର ଚାପି ॥
ଯେବେ ମୋବାଇଲି ଖୋଲିଲା
ହ୍ୱାଟସପେ ପହଂଚ ଭଲା ॥
ବିଭିନ୍ନ ମେସଜ କୁ ଦେଖି
ଉତ୍ତର ଦେବୁ ମନ ଲାଖି ॥
ସକାଳ ଭୋଗର ପରାଏ
ମେସେଜ ଭେଜିବୁ ଗୁରାଏ ॥
ଦେବାଦେବୀ ଙ୍କ ମନ୍ତ୍ର ଦେଖି
ପବିତ୍ର କରିବୁ ତୋ ଆଖି ॥
ତାପରେ ପ୍ରଥମ କଅଲ
ପ୍ରେମିକା ପାଖେ ଥିଲେ ଭଲ ॥
ତାପରେ ସେଲଫି ତୁ ନେବୁ
ସ୍ଟାଟସ୍ ଖୁନ୍ଦିକରି ଦେବୁ ॥
ପ୍ରଥମ ଘଡିକର କଥା
ଭଜନ ନଦେବୁ ଅନ୍ୟଥା ॥
ଦ୍ୱିତୀୟ ଘଡିର ବେଳକୁ
ପ୍ରାଧାନ୍ୟ ଦେବୁ ତୁ ଧୋକାକୁ ॥
ରାତ୍ରିରେ ଶୋଇଲା ବେଳକୁ
ରଖିବୁ ଦିନର କର୍ମକୁ ॥
ତାପରେ ଶୋଇବୁ ଆନନ୍ଦେ
ମୋବାଇଲି ରଖି ତୋ କାନ୍ଧେ ॥