STORYMIRROR

Arjun Das

Comedy Action Crime

4  

Arjun Das

Comedy Action Crime

ହତାସିଆ ପ୍ରେମିକ

ହତାସିଆ ପ୍ରେମିକ

1 min
356

ଅଫିସ ଯିବା ବାଟରେ

ଦେଖିଲି କଲେଜ ଛକରେ

ସୁନ୍ଦରୀ ଝିଅଟି ମୁରୁକି ହସିଲା

ପଡିଗଲି ତା ପ୍ରେମରେ ।


ପାଖକୁ ଯାଇକି ଧିରେ ମୁଁ କହିଲି

ପ୍ରିୟା ବହୁତ ସୁନ୍ଦର ଲାଗୁଛ

ଚାଲ ଏବେ ପ୍ରେମ ନଇରେ ବୁଡିବା

ମନେ ମନେ କେତେ ଭାବୁଛ ।


ପାର୍କ ବୁଲିବା ସିନେମା ଦେଖିବା

ବସିବା ସମୁଦ୍ର କୂଳରେ

କହିବ ଯଦି ମୁଁ ଜହ୍ନଟିଏ ଆଣି

ଧରେଇବି ତୁମ ହାତରେ ।


ଦିନ ରାତି କେତେ ଚାଟିଙ୍ଗ କରିଲା

କହିଲା ଟି ମିଠା କଥାରେ 

ତୁମେ ମୋ ଜୀବନ ତୁମେ ମୋ ସପନ

ତୁମ ଅଛ ମୋ ଅନ୍ତରେ ।


ରିଚାର୍ଜ କରିଲି ଗିଫ୍ଟି ଆଣିଲି

ବାଛି ବାଛି ମନ ଲାଖିରେ

ପଇସା ଉଡେଇ ତାହାରି ପଛରେ

ହତାସିଆ ହେଲି ମୁହିଁରେ ।


ଭୁବନେଶ୍ୱର ଥରେ ଯାଇଥିଲି

ଦେଖିଲି ପାର୍କ ମଧ୍ୟରେ

ଆଉ କାହା ସହ ପ୍ରେମ ଗପ ମାରେ

ମୁଣ୍ଡକୁ ରଖି କୋଳରେ ।


ଫୋନ କରିକି ପଚାରିଲି ପ୍ରିୟା

କଣ କରୁଛ ତୁମେରେ

ଗେହ୍ଲେଇ ପ୍ରିୟା ମୋ ବୁଝେଇ କହୁଛି

କ୍ଲାସ ରେ ଅଛି କଲ କରୁଛି ପଛରେ ।


ପ୍ରେମ କରିବାର ନିଶା ଛାଡିଗଲା 

ମନକୁ ବୁଝାଇ ଦେଲିରେ

ବାଡୁଅ ପଛକେ ରହିଯିବି ମୁହିଁ

ବାହା ହେବି ନାହି କେବେରେ ।


Rate this content
Log in

Similar oriya poem from Comedy