Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Comedy

4  

Arjun Das

Comedy

ମଦ ପ୍ୟାକର ମହତ୍ତ୍ୱ

ମଦ ପ୍ୟାକର ମହତ୍ତ୍ୱ

1 min
380


ଶୁଣ ଆହେ ସାଧୁଜନ ଦେଇ ମନ କର୍ଣ୍ଣ

ମଦ ପ୍ୟାକ୍ କଥା ଆଜ କରିବି ବଖାଣ ।


କେଉଁ କେଉଁ ପ୍ୟାକ୍ ନେଲେ କଅଣ ହୁଅଇ

ଲାଭ ସବୁ ଯାହା ଅଛି ଦେବି ମୁଁ ବୁଝାଇ ।


ଅତି ହିତକର ବାଣୀ ମନ ଦେଇ ଶୁଣ

ଆମୁଳ ଚୁଳ ଆଜ ମୁଁ କରିବି ବଖାଣ ।


ପ୍ରଥମ ପ୍ୟାକ୍ ଯେବେ ନେବୁ ତୁ ତୁଣ୍ଡରେ

ଦୁନିଆଟା ମୋହ ମାୟା ଲାଗଇ ସତରେ ।


ସବୁ ଅଟେ ମିଛ ମୋହ ମାୟାର ସଂସାର 

କେବଳ ମଦଟି ଭାଇ ଲାଗଇ ସାର ।


ବନ୍ଧୁ ପରିଜନ ଯେତେ ସବୁ ଥାଆନ୍ତି

ସେସବୁ ତୁଛା ପରି ଯେ ମନେହୋନ୍ତି ।


ଦ୍ୱିତୀୟ ପ୍ୟାକ୍ ଯେବେ ନେବୁ ତୁ ଭାଇରେ 

ରାଜା ପରି ଭାବନା ଆସିବ ମନରେ ।


ଅନ୍ୟ ମାନଙ୍କୁ ପ୍ରଜା ସମ ହୃଦୟେ ମଣି  

ବଢାଇ ଦିଅ ଯେ ତୁମେ ଆଦେଶ ର ମୁଣି ।


ମନ୍ତ୍ରୀ ମାନେ ଅଟନ୍ତି ଯେ ତୁମ ପାଖ ଲୋକ

ଗିଲାସ ବଢାଇ ସିଏ ମାରିଥାନ୍ତି ଭୋକ ।


ତୃତୀୟ ପ୍ୟାକ୍ ଟି ନେଲା ପରେ ଭାଇ

ମନତ ତାଙ୍କର ସତେ ଆକାଶେ ଉଡଇ ।


ନର୍ଦ୍ଦମା ଲାଗଇ ଭାଇ ସତେ ସ୍ୱର୍ଗ ପରି

ହସଟା ପରା ଲାଗଇ ରଜା ପରି ।


ଯେବେ ତୁ ନେବୁରେ ଭାଇ ମୋର ଶେଷ ପ୍ୟାକ୍

ଶ୍ୱାନ ଯେସନେ ଲୋଟିବୁରେ ତୁ ରାସ୍ତା ଯାକ ।


ପଶୁ ସମାନ ତୋହର ଆଚରଣ ହେବ

ମୁଣ୍ଡରୁ ଜ୍ଞାନ ତୋହର ଦୁର ଯେ ହୋଇବ ।


Rate this content
Log in

Similar oriya poem from Comedy