STORYMIRROR

jagabandhu sahu

Comedy

4  

jagabandhu sahu

Comedy

Happy Propose Day

Happy Propose Day

1 min
221

ଶୂଖିଲାରେ ଗଲା ଗୋଲାପ ଦିବସ

  ସେଟିଙ୍ଗ୍ ଗୋଟିଏ ହେଲାନି

ଲାଲ୍ ଟହ ଟହ ଗୋଲାପଟା ମୋର

   ଖରାରେ ଝାଉଁଳି ଗଲାଣି


ଆଜି ଆସି ଅଛି  ପ୍ରପୋଜ ଦିବସ

  ଗୋଟିଏ ମଉକା ନେଇ

ଗୋଲାପକୁ ଦେଇ  ମନ କଥା କହି

    ପ୍ରପୋଜ ମାରିବି ଯାଇ


ଭାବି ସେଇକଥା ଯାଉଥିଲି ବାଟେ

   ଦେଖିଲି ଗୋଟେ ସୁନ୍ଦରୀ

ସଜ ବାଜ ହୋଇ ଆସୁଛି ମୋ ଆଡ଼େ

    ଗଲି ତା ପାଖେ ଦଉଡ଼ି


ଧିର ସ୍ବରେ ଯାଇ କହିଲି ତା ପାଖେ

   ଶୁଣ ଗୋ ଛଇ ଚାମେଲି

ହୋଇଲେ ମୋ ରାଣୀ ଦେବି ଚାନ୍ଦ ଆଣି

    ଗୋଲାପ ବଢେଇ ଦେଲି


ଗୋଲାପକୁ ନେଇ ପାଦେ ଦେଲା ଦଳି

    କହିଲା ହେଇଟି ଶୁଣ

ଶୁଖିଲା ଗୋଲାପ ଦରକାର ନାହିଁ

   ଆଗ ଯାଇ ଚାନ୍ଦ ଆଣ


କହିଦେଲି ସିନା ଏଡ଼େ ବଡ଼ କଥା

    ଆଣିବି କେମିତି ଯାଇ

ଆକାଶରେ ଥାଇ ଚାନ୍ଦ ହସିଦେଲା 

    ତାତ୍ସଲ୍ୟ ଇସାରା ଦେଇ


Rate this content
Log in

Similar oriya poem from Comedy