Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀଣାପାଣି ତ୍ରିପାଠୀ

Comedy

4  

ବୀଣାପାଣି ତ୍ରିପାଠୀ

Comedy

ଭିର୍ଚୁଆଲ ମ୍ୟାରେଜ

ଭିର୍ଚୁଆଲ ମ୍ୟାରେଜ

1 min
632


ଫେସବୁକ୍ ରେ ସୁନ୍ଦରୀ ଟେ ଦେଖି 

ପଠେଇଲି ରିିିକ୍ୟୁଏଷ୍ଟ 

ନବନୀତ ବାଳା ସରମେ ପଖଳା 

କରିନେଲା ଏସେପ୍ଟ ।


ଖୁସି ରେ ପାଦ ମୋ ତଳେ ଲାଗିଲାନି 

ଉଡିଲି ସପନ ରେ 

ଚାଟିିଂ ଚାଲିଲା ରାତି ଅଧ ଯାଏଁ

କିସ୍ ହଗ୍ ଇମୋଜି ରେ ।


ହ୍ବାଟ୍ସଅପ୍ ର ଭିଡିିିଓ କଲ୍ ରେ 

ବିତୁଥିଲା ଦିନରାତି 

କହିଲା ପ୍ରିୟା ମୋ ଦଣ୍ଡେ ଛାଡି ମୋତେ 

ପାରିବନି ଆଉ ବଂଚି ।


କହିଲି ରୁପସୀ ! ଏଇ ଫଗୁଣରେ 

ନେଇଯିବା ସାତ ଫେର

ସାତ ଜନମକୁୁ ସାଥି ହୋଇ ଆମେ

ଖୁସି ରେ କରିବା ଘର ।


ସାତ ଦୀପ ମାଡି ସବାରି ରେ ଚଢି 

ମୋ ପ୍ରିୟା ସାଜିଲା ବଧୂ 

ସବୁ ତିଥି ଏବେ ତୋଫା ଜହ୍ନ ରାତି 

ଦିନରେ ବରଷେ ମଧୁ ।


ଦିନ କେଇଟାରେ ଫଗୁଣ ଫେରିଲା 

ମଧୁରାତି ଗଲା ସରି 

ଅଚାନକ ଦିନେ ସୁନ୍ଦରୀ ଫେରାର

ଆଉ କା' ସାଥେ ଅନଲାଇନ୍ ପ୍ରେମ କରି ।


 


Rate this content
Log in

Similar oriya poem from Comedy