ଦହିବରା ଭାଗବତ
ଦହିବରା ଭାଗବତ
ଆସ ଆସ ସୁଧୀଜନ ହୋଇଣ ମେଳି
କରୁଛି ୟେ ଅଧମ ତୁମ ପାଖେ ଅଳି ।
ବିରାଟ ମହିମଣ୍ଡଳ ଅଟେ ଏହି ଦହିବରା ଥାଳି
ମସ୍ତକେ ଲଗାଅ ତାକୁ ମନେ କିଛି ନ ଭାଳି ।
ଦହି କୁ ଭାବିବ ଭବ ପାରାବାର ଏଠି
ଛୋଟ ଛୋଟ ବରା ସବୁ ଅଟଇ ଭବ ତରୀ ।
ଆଳୁଦମ୍ ମହାମାୟା ରହିଛନ୍ତି ତାକୁ ବେଢ଼ି
ଘୁଗୁନି ସାଜିଛି ତାଙ୍କ ସହଚର ସହଯୋଗୀ ।
ଜିରା ଗୁଣ୍ଡ ଜାଣ ସ୍ଥିତପ୍ରଜ୍ଞ ମହାଯୋଗୀ
ଲଙ୍କାଗୁଣ୍ଡ କରନ୍ତି ସବୁ ପଣ୍ଡ ସାଜିଣ ଅପ୍ସରୀ ।
ଛନ ଛନ ଧନିଆ ପତର ହେଲେ ପ୍ରକୃତି ରାଣୀ
ମନ୍ତ୍ରମୁଗ୍ଧ ସ
ଭିଏଁ ତାଙ୍କ ସମ୍ମୋହିନୀ ରୂପ ଦେଖି ।
ପିଆଜ କାକୁଡି ପୁରୁଷ ପ୍ରକୃତି ଯୁଗଳ ମୂରତି
ସଭକ୍ତି ତାଙ୍କ ଦରଶନ ମାତ୍ରେ ମିଳଇ ମୁକତି ।
କଳାଲୁଣ ଆତ୍ମଜ୍ଞାନ ର ପ୍ରତୀକ ବୋଲି
ଛିଞ୍ଜା ହୁଏ ଅଳପ ଅଳପ ବେଳକାଳ ଦେଖି ।
ଦହିବରା ଭାଗବତର ସାରାଂଶ ଆଜ ଦେଲି କହି
ସଜ୍ଞାନେ ଖାଇବେ ଯେ ବ୍ରହ୍ମଲୀନ ହେବେ ସେହି ।
ଦହିବରା କୁ ଗୁରୁ ସମ ଜ୍ଞାନ କରି
ନିତି ଭୁଞ୍ଜୁ ଥିବ ମନେ କପଟ ନ ରଖି ।
କଟକ ର ବାରବାଟି ଦହିବରା ଶ୍ରେଷ୍ଠ ତୀର୍ଥ ଅଟଇ
ଜୀବନେ ଥରେ ଟିଏ ହେଲି ବି ଆସିବ ବୁଡ଼ ପକେଇ ।