STORYMIRROR

Lipi Sahoo

Others

3  

Lipi Sahoo

Others

ନିର୍ବାସିତ

ନିର୍ବାସିତ

1 min
139

ବେଳେ ବେଳେ ଅଣନିଃଶ୍ୱାସୀ ଲାଗେ

ଅଜସ୍ର ଆତ୍ମୀୟତାର ଭିଡ଼

ଅଚାନକ ଭୟ ସଂଚାର କରେ

ଏକାନ୍ତ ନିବିଡତା


ଭାରି ଇଚ୍ଛା ହୁଏ

କରିବାକୁ ଆତ୍ମଗୋପନ 

ନିଜେ ନିଜ ଦେହର ଦେହୁଳି ଭିତରେ

ଆଉ ନିଜ ସହ ଲୁଚକାଳି ଖେଳିବାରେ


ଭଲ ଲାଗେ ଦେଖିବାକୁ ପତ୍ରଝଡ଼ା

ରାସ୍ତା ସାରା ହଳଦିଆ ରଙ୍ଗର ଛିଟା

ଖସ୍ ଖସ୍ ଶବ୍ଦ ଭିତରେ

ଉଡି ବୁଲନ୍ତି ଏଣେତେଣେ


ବିଭୋର ହୋଇ ଉଠନ୍ତି ବୋଧେ

ଉନ୍ମୁକ୍ତ ଉତ୍ସୃଙ୍ଖଳତା ଭିତରେ

ଆବଦ୍ଧତାରେ ଯେ କେତେ ଯନ୍ତ୍ରଣା

ବୁଝେ କେବଳ ବୃନ୍ତଯୁକ୍ତ କଳିକା


ନିଜକୁ ନିର୍ବାସିତ କରିଦେବା ପରେ

ଝରିପଡନ୍ତି ଅପହଞ୍ଚ ସ୍ୱପ୍ନମାନେ 

ଚୂନାଚୂନା ଶେଫାଳୀ ପରି

ଘନକଳା କବରୀ ସ୍ପର୍ଶ କରି......।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍