ମୁଦିତା
ମୁଦିତା
ମୃତ୍ୟୁ ପରପରେ
ରୂପଅପରୂପ ମିଳନ ସ୍ଥଳରେ
ଅମୃତ ପାରାବାର ବିଜନ ତୀରେ
ଏକାକାର ମୁଁ ଆଉ ସେ ।
ନାହିଁ ସେଠି ସୂର୍ଯ୍ୟାଲୋକ
ନାହିଁ ରୂପେଲି ଚନ୍ଦ୍ରର ଉପସ୍ଥିତି
ଅପରାହ୍ନ ସଦା ବିରାଜିତ ଏଠି
ସ୍ବୀୟ ଦିପ୍ତୀରେ ଉଦ୍ଭାସିତ ସଭି ।
ପ୍ରଣୟ ମହ୍ଲାର ମୂର୍ଚ୍ଛନା ତୋଳେ
ବିପ୍ରଲମ୍ଭା ଆଜି ଅଭିସାର ସାଜେ
ସୂକ୍ଷ୍ମ ରୁ ସୂକ୍ଷ୍ମତର ଚିନ୍ମୟୀ ଶରୀରେ
ମୁଦିତା ପ୍ରସ୍ଫୁଟିତ ପୂର୍ଣ୍ଣ ଲାବଣ୍ୟେ ।
ଆକର୍ଷିତ କରେ ରସର କଲ୍ଲୋଳ
କେହି ଜଣେ କାନେ ଯାଏ କହି
ହଜାଇ ଅସ୍ତିତ୍ବ ପୂର୍ଣ୍ଣତା ନିଅ
ଲଘିଂଛ ଯେବେ ଭବପାରାବାର ।
ମୂମୂକ୍ଷୁ ନୁହେଁ ମୁଁ
ନା ହିଁ ନିର୍ବାଣ ପଥ ଯାତ୍ରୀ
ତଥାପି ମୁଁ ମୃତ୍ୟୁ ବିଜୟୀ
ପ୍ରେମ ଫଲଗୁରେ ଅବଗାହି ।