ବର୍ଣ୍ଣାଳୀ
ବର୍ଣ୍ଣାଳୀ


ସାଉଁଟି ଆଣି
ସାରା ଟି ଆକାଶର ଗଭୀର ନୀଳିମା
ଭରି ପାରିବ କି ମୋ ଆଞ୍ଜୁଳାରେ ।
ଘଞ ଜଙ୍ଗଲର ନିବିଡ଼ ସବୁଜିମା
ମୁଠା ମୁଠା କରି ବିଞ୍ଚି ପାରିବ କି
ମୋ ଚୀର ଯୌବନ ପ୍ରାଙ୍ଗଣେ ।
ଲଜ୍ଜା ଜଡସଡ
କିଶୋରୀ ଚିବୁକର ଗୋଲାପି ରଙ୍ଗ
ବୋଳି ଦେଇ ପାରିବ କି ? ମୋ ଲାବଣ୍ୟ ଅଙ୍ଗରେ ।
ଲାଲ ଟୁକୁ ଟୁକୁ ପଳାଶର
ଗାଢ଼ ଲାଲିମାକୁ ଚିପୁଡି ଆଣି
ନେଶି ଦେଇ ପାରିବ କି ? ମୋ ହୃଦୟରେ ।
ପ୍ରେମ ବିନ୍ଦୁରେ ଶିକ୍ତ
ବାସ୍ନାୟିତ ମାଟିର ଧୂସର ରଙ୍ଗ
ଛିଞ୍ଜି ପାରିବ କି ? ମୋ ମନ ପ୍ରଣରେ ।
କେହି ତ ଜଣେ !
କରି ପାରେ ଏଇ ଆସ୍ପର୍ଦ୍ଧା
ଯାହାର ପ୍ରତି ଟି ଲୋମକୂପ ଅମୃତରେ ବୋଳା ।