STORYMIRROR

Chinmaya Kumar Nayak

Comedy

4  

Chinmaya Kumar Nayak

Comedy

ଆଈ ନାତି ଆଳାପ

ଆଈ ନାତି ଆଳାପ

1 min
287

ଆଈ ତୁ ସତରେ ଗାଉଁଲି ଟାଏ ଲୋ

ଜଣା ନାହିଁ ତୋତେ କିଛି,

ଏ ଫର ଆପୁଲ, ବି ଫର ବାନାନା

ତୋ ମୁଣ୍ଡରେ ନାହିଁ କିଛି। 


ହଁ ରେ ନାତି ଟୋକା ମୁଁ କାହୁଁ ଜାଣିବି

ତମ ଇଙ୍ଗିଲିଶ କଥା

ମୁରୁଖ ଲୋକ ମୁଁ ମାଡିନି ଇସ୍କୁଲୁ

ପାଠ ପଢା ଦୂର କଥା। 


ତୋର ସେ ବେତାଳ କଥା ଶୁଣି ଶୁଣି

ମଥା ମୋ ହେଲାଣି ଟିଣ,

ତୋ ବାଇ ଚଢେଇ ଗୀତ ଛଡ଼ା ଆଉ

ଜାଣିଛୁ କି ଆଉ କଣ


ବେତାଳ କଥାରେ ଅଛି କେତେ ଶିକ୍ଷା

ବଞ୍ଚିବାର କେତେ କଳା,

ପୁଷି କ୍ୟାଟ ତୋର ଡରାଏ ମୂଷାକୁ

ବାଘ ସାଙ୍ଗ ମୋ ବଉଳା।


ତମ ଗପ ଗୀତ ପୁରୁଣା ହେଲାଣି

ଆଉ କେ ଶୁଣୁଛି ତାକୁ,

ୟୁ ଟ୍ୟୁବରେ ଦେଖେ କେତେ ରକମର

ଗୀତ ମିଳେ ଶୁଣିବାକୁ। 


ହଁ ରେ ନାତିଆ ମୋବାଇଲି ଧରି

ଜାଣୁ ସିନା କେତେ କଥା,

ଜ୍ୱର ହେଲେ ତୋତେ ଜଗିଥିବ ବସି

ଆଉଁସି ତୋ ଦେହ ମଥା। 


ହେକ ତୁ ଆଈ ଏ କଥା କହିଦେଇ

କରିଦେଲୁ ଇମୋସନାଲ,

ଥଟ୍ଟାରେ ସିନା ମୁଁ କରୁଥିଲି ମଜା

ତୁ ପରା ମୋ କ୍ୟୁଟି ଗାର୍ଲ। 


ତୁ କହିବୁନି ଆଉ କେ କହିବ

ତୁ ପରା ଜୀବନ ଧନ,

ମୁଁ ପାନ ହେଲେ ତୁ ପରା ମୋର

ମିଠା ମସଲା ଓ ଚୂନ। 


ସତରେ ଲୋ ଆଈ ତୋ ପରି ସୁନ୍ଦରୀ

ଆଉ କେ ଲାଗନ୍ତି ନାହିଁ,

ବେଷ୍ଟ ଫ୍ରେଣ୍ଡ ବୋଲି ତୁ ଏକା ମୋର

ତୋ ଠୁ ବଳି କେହି ନାହିଁ। 


ଆଉ ଏତେ ଚୂନ ଲଗାନାରେ ନାତି

କଳ ମୋର ଯିବ ଖାଇ,

ବାକି ଏ ଜୀବନ କଟି ଯାଉ ସୁଖେ

ମୁଖ ତୋର ଚାହିଁ ଚାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy