ବନ୍ଦେ ଗୁରୁଦେଵ
ବନ୍ଦେ ଗୁରୁଦେଵ


ଆଦ୍ୟ ଗୁରୁ ସିନା ବାପମାଆ
ଜୀବନ ସାରା ଲଭୁ ଶିକ୍ଷା
ସକଳ ଘଟରେ ଗୁରୁରୂପେ ରହି
ବତାଇ ଦେଉଛ ରାସ୍ତା ।
ଅଜ୍ଞାନ ରୂପକ ଅନ୍ଧକାର ତୁମେ
କରିଲ ହେ ଦେବ ଦୂର
ହେ ପରମଇଶ୍ବର କରୁଛି ପ୍ରଣାମ
କରନି ତୁମଠୁ ଅନ୍ତର।
ସ୍ଥାବର ଜଙ୍ଗମ କୀଟପତଙ୍ଗେ
ତବରୂପ ଯାଏ ଦିଶି
ଚାଲୁଛି ମୁଁ ପଥ ଆଗକୁ ଆଗକୁ
ସଭିଙ୍କଠୁ କିଛି କିଛି ଶିଖି ।
ଘର ଅଗଣାରେ ଦେଖେ ସେ ରୂପ
ପାଏ ପୁଣି ବିଦ୍ୟାଳୟେ
ଜ୍ଞାନର ସାଗର ଲଙ୍ଘିବାକୁ ମୁହିଁ
ଅଣ୍ଟାକୁ ସଳଖ କରେ ।
ସକଳ ଘଟରେ ତୁମେ ଆତଯାତ
ଭୂଲି ପାରିବି କେମିତି
ତୁମରି ଦୟାରେ ଏଜୀବନ ଗଢା
ଚରଣେ କରେ ପ୍ରଣତି ।