Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Others

3  

sudhakar sethi

Others

ରାକ୍ଷୀ

ରାକ୍ଷୀ

1 min
163


ତୁ ଆସିଲୁ ହସିଲା ଦୁନିଆ

ହୃଦୟ ଗଲା ନାଚି

ଦରୋଟି ପାଟିରେ ତୋ ଭାଇଡାକ

ମନରେ ଭରିଲା ଖୁସି।

 

ହାତ ଧରି ତୁ ଚାଲିଲୁ ବାଟ

ପିଲାଦିନ ଦେଲା ହସି

ଅଳି ଅଝଟ କଳିତକରାଳେ

ସମୟ ତ ଗଲା ବିତି ।


ମାଆ ବାପାଙ୍କର ନୟନ ତାରା

ଜେଜେମାଆର ଆଶାବାଡି

ପାଠରେ କାମରେ ଗୁଣରେ

ନେଲୁ ସଭିଙ୍କ ମନ ଜିଣି ।


କେତେ ପୂଣ୍ୟରେ ମିଳେ 

ତୋ ପରି ଭଉଣୀ

ପାଇ ହୋଇଛି ଧନ୍ୟ

ଜଗାବଳିଆର ସୁଭଦ୍ରାଙ୍କ ସହ

ତୁ ମୋ ପାଇଁ ସମତୁଲ ।


ସଭିଙ୍କ ଆଶିଷ ସଭିଙ୍କ ସ୍ନେହ

ଦେଲା ତତେ ନୂଆ ରୂପ

କଥାକୁହା କଣ୍ଢେଇ ମୋ ଜିଣିଲା ଜଗତ

ରଖିଲା ସଭିଙ୍କ ଟେକ ।


ଯୋଉଠି ଥାଏ ଯେମିତି ଥାଏ

ଅନେଇ ଥାଏ ତୋ ରାଖି

ସ୍ନେହ କାଙ୍ଗାଳ ଏ ଭାଇଟିର

ସେତ ଆଶାର ଜ୍ୟୋତି ।



Rate this content
Log in