STORYMIRROR

sudhakar sethi

Inspirational

3  

sudhakar sethi

Inspirational

ମୋଦେଶ ବଦଳୁଛି

ମୋଦେଶ ବଦଳୁଛି

1 min
181


ଗୋଟିଏ ଦେଶ ଗୋଟିଏ କଥା

କେମିତି ଦିଅ ଅଲଗା ବାର୍ତ୍ତା 

କାହିଁକି ଏମିତି କନୁନ ହେବ

ଅଲଗା ଅଲଗା ସବୁ ଦିଶିବ


ଉଡିବ ନାହିଁ ସେଠି ତ୍ରିରଙ୍ଗା

ଆଇନ ହେବ ବାଟ ମାରଣା

ହେଲୁ କେମିତି ଆମେ ସ୍ବାଧିନ

କୁଆଡେ ଗଲା ସେ ଏକତା ଚିହ୍ନ


ଏମିତି କେତେ ଗଲା ବରଷ

ଆସିଲା ଶୁଭ ଲଗନ

ଅଙ୍କୁଶ ସେ ତିନିଶ ସତୁରୀ ଧାର

ପଡିଛି ଆଜି ମଳିନ

 

ବଦଳିଲା ଯୁଗ ବଦଳିଲା କଥା

ଆମେ ସବୁ ହେଲୁ ଏକ

ଖସିବନି ଆମ ପାଦତଳ ମାଟି

ମସ୍ତକେ ଝଟକିବ ମୁକୁଟ


ଭୂ ସ୍ବର୍ଗରେ ଫେରିବ ଶାନ୍ତି

ନିନ୍ଦୁକ ହେବେ ଟେରା

ଷଡଯନ୍ତ୍ର ଆଉ କରିବନି କାମ

ବଦଳିଛି ଆମ ନାରା


ଶତ୍ରୁର ପାଦେ ଲାଗିବ ବେଢି

ଆଇନର ନାହିଁ ଫାଙ୍କ

ଆସ୍ଥାନକଥା ଛାଡ ଏଥର

ଅପହଁଚ ହେବ ଆମ ମୂଲକ


ହସିବ କାଶ୍ମୀର ହସିବ ଲାଦାଖ

ହସିବ ଏବେ ଜାମୁ

କାଳିମାର କଳା ବାଦଲ ହଟିଛି

ମନ ନାହିଁ ଆଉ କାବୁ


ହୀନ କୁଟନିତି ଛାଡ ଏଥର

ପ୍ରଗତିର ହୁଅ ସାଥି

ଅସମ୍ଭବ ସବୁ ହେଉଛି ସମ୍ଭବ

ଦେଖ ମୋ ଦେଶ ବଦଳୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational