STORYMIRROR

Manaswinee Dash

Abstract

3  

Manaswinee Dash

Abstract

ଯୌଥ ପରିବାର

ଯୌଥ ପରିବାର

1 min
156

ଆଜି କାଲି କାହିଁ ପାଇବ ଯୌଥ ପରିବାର, 

ଯଉଠି ଦେଖିବ ପରୁବାରଟା ଭାରି କ୍ଷୁଦ୍ର, 

ହାତଗଣତି କୁ ଲୋକ ଥିବେ ତିନି ବା ଚାରି, 

ଚାକରାଣୀ ପଛେ ରହିବ ଘରେ, 

ବାପା ମା ଆସିବେ କୁଣିଆ ପରି, 

ଆମେ ପରା ଲୋକ ସହରି। 


ଯେତେବେଳେ ପଡିବ ଦରକାର, 

କହିବ କେହି ତ ନାହିଁ ଆମର, 

କରିବ କିଏ ଆମ କାରବାର, 

ଥରେ ନିଜକୁ ପଚାର ଅନ୍ୟକୁ ସାହାଯ୍ୟ କରିଛ କେତେ ଥର?? 


ଥିଲା ଯେବେ ତମର ଯୌଥ ପରିବାର, 

ଲାଗୁଥିଲା ପାଠ କାଠିକର, 

ବିପଦ ଯାଉଥିଲା ସହଜରେ ଅପସରି, 

ଖୁସି ଉଡେ ଡେଣା ଧରି। 


ରହିଥାଏ ସାମାନ୍ଯ ପ୍ରତିବନ୍ଧକ, 

ମନ ମିଶିଥିଲେ ଲାଗେନି କିଛି, 

ମନ ନ ମିଶିଲେ ଲାଗେ ଶିକୁଳି ଛେକି, 

ମନ ମିଶିଲେ ସବୁ ତୁଛ୍ଚ ଲାଗୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract