ମୋ ପ୍ରିୟ ମାତୃଭାଷା
ମୋ ପ୍ରିୟ ମାତୃଭାଷା
ଭାବ ବିନିମୟର ବଳିଷ୍ଠ ମାଧ୍ୟମ
ସମାଜରେ କିଛି ନାହିଁ ଭାଷାର ସମ I
ଜାତି ଆଜି ଆଲୋକିତ ଭାଷା ସକାଶେ
ନିଆରା ଅବଦାନ ତା ଦେଶ ବିକାଶେ I
ଭାଷା,ଲିପିରୁ ସାହିତ୍ୟ ହୋଇଛି ସୃଷ୍ଟି
ରଖିବା ଏହା ଉପରେ ସତର୍କ ଦୃଷ୍ଟି I
ଉଚ୍ଚ ହେବା ପାଇଁ ଯଦି ରଖିବା ଆଶା
ଉନ୍ନତ କରିବା ନିଜର ମାତୃଭାଷା I
ମାତୃଭାଷା ଆମ ସୁମଧୁର ଓଡ଼ିଆ
ସତରେ ଲାଗଇ ଯେ ବହୁତ ବଢିଆ I
ଆମ ଭାଷା ସଂସ୍
କୃତିର ତୁଳନା ନାହିଁ
ଯାହା ଅଛି ମୋ ରାଜ୍ୟେ ତା ବିଦେଶେ କାହିଁ I
ଯେତେ ପାରିବା ସେତିକି ଭାଷା ଶିଖିବା
ମାତୃଭାଷାକୁ ଅବହେଳା ନ କରିବା I
ନିଜ ଭାଷାକୁ ଘୃଣା କରୁଥିଲେ ଜାଣ
ସର୍ବ ସମ୍ମୁଖରେ ଦିନେ ହୋଇବ ଗୌଣ I
ସଚେତନତା କାର୍ଯ୍ୟକ୍ରମ ମାନ କରି
ଭାଷା ଗୁରୁତ୍ୱ ଜନ ମନେ ଦେବା ଭରି I
ବିପଦ ମୁହାଁ ଆଜି ଆଞ୍ଚଳିକ ଭାଷା
ପାଶ୍ଚାତ୍ୟ ପ୍ରୀତି ପାଇଁ ଏ ନରକ ଦଶା I
ଓଡ଼ିଆରେ କହିବା ପଢିବା ଲେଖିବା
ମାତୃଭାଷା ଟେକ ସବୁଦିନ ରଖିବା I