STORYMIRROR

Bhabani Shankar Giri

Others

3  

Bhabani Shankar Giri

Others

ରଜ

ରଜ

1 min
11.5K


            


        ବରଷା ଋତୁ କରେ ପ୍ରବେଶ 

        ଟାଣ ଖରାର ସମୟ ଶେଷ l


         ଖୁସି ମୁହୂର୍ତ୍ତ ଏମିତି ଏକ 

        ଆଶ୍ୱସ୍ତ ହୁଅନ୍ତି ସବୁ ଲୋକ l


         ଆଷାଢ଼ର ପହିଲି ଦିବସ 

        ଚାରିଆଡେ ଆନନ୍ଦ ଉଲ୍ଲାସ l


         ରଜ ସଙ୍କରାନ୍ତି ଏହି ଦିନ 

        ଓଡ଼ିଆ ଘରେ ହୁଅଇ ପାଳନ l


         ତିନି ଦିନ ମାହୋଲ ନିଆରା 

         ପର୍ବ ଏହି ଆମ ଅପାସରା l


         ନୂଆ ବସ୍ତ୍ର ସହ ପିଠା ପଣା 

         ଝଲସି ଉଠେ ଘର ଅଗଣା l


     &

nbsp;   ପୂଜା ସାରି ସ୍ବାଦିଷ୍ଟ ବ୍ୟଞ୍ଜନ 

        ସପରିବାରେ ଚାଲେ ଭୋଜନ l


        ତାସ, ପସା, ବଲ, କାତି ଖେଳ 

       ମଜା ଆସେ ସାଙ୍ଗ ସାଥି ମେଳ l


        ଖିଲି ପାନ ଖାଇ ଦୋଳି ଝୁଲି 

        ସବୁ ଏକ ଭେଦ ଭାବ ଭୁଲି l


        ଗ୍ରୀଷ୍ମ ଛୁଟିର ଶେଷ ସୋପାନେ 

        ବହୁ ଖୁସି ଆଣେ ପିଲା ମନେ l


         ଵାର ମାସରେ ତେର ପରବ 

         ଓଡ଼ିଶାର ଗରବ ଗୌରବ l


        ଏଥର ସିନା କରୋନା ବୋଲି 

         ପ୍ରଭାବ ଟିକିଏ କମ ଖାଲି l


        ତଥାପି ଯିଏ ଯେମିତି ହେଲେ 

        ରଜ ପାଳିବେ ବହୁତ ଭଲେ l



Rate this content
Log in