ଜହ୍ନ
ଜହ୍ନ
ଆଈ ମାଆର ଜହ୍ନ ମାମୁଁ କାହାଣୀ
ପିଲେ ଆନନ୍ଦିତ ହେଉଥିଲେ ଶୁଣି I
ଜହ୍ନ ମଧ୍ୟେ ଠେକୁଆ ଚିହ୍ନ ଦେଖାଇ
କେତେ ସରାଗେ ଦେଉଥିଲେ ଶୁଆଇ I
ଜହ୍ନ ମାମୁଁଙ୍କର କଥା କହି ସଦା
ଅଝଟିଆ ପଣ କରୁଥିଲେ ବିଦା I
ମନୋରମ୍ୟ ସୁମଧୁର ଜ୍ୟୋତ୍ସ୍ନା ରାତି
ରହିଛି ଯହିଁ କେତେ ଅଭୁଲା ସ୍ମୃତି l
ଆଜି ବି ଉନ୍ନତ ବିଜ୍ଞାନ ଯୁଗରେ
ସେ ଗପ ଆଦର କହିଲେ ନସରେ I
ଖେଳନା ମୋବାଇଲ ଦୂରଦର୍ଶନ
ଗ
ପର ମଜାକୁ କରିଛି ମଳିନ I
ସେଇ ଗପରୁ ପାଇ ଦିଗଦର୍ଶନ
ଜ୍ଞାନ ପାଇଁ ବିଜ୍ଞ ଜନେ ଦେଲେ ମନ l
ଅତୀତ କାଳ ଆଈ ମାଆ କଳ୍ପନା
ଗବେଷକ ପାଇଁ ସାଜିଲା ପ୍ରେରଣା l
ପୃଥିବୀର ଉପଗ୍ରହ ଚନ୍ଦ୍ର ସେଇ
ନର ଉଡ଼ାଜାହାଜେ ଫେରିଲା ଯାଇ l
ଠେକୁଆ ନୁହେଁ ଭୌଗୋଳିକ ଅବସ୍ଥା
ପ୍ରମାଣ କଲା ଆୟୁର୍ବିଜ୍ଞାନୀ ସଂସ୍ଥା I
ଗବେଷଣାରୁ ବହୁ ତଥ୍ୟ ଆସିବ
ବୈଜ୍ଞାନିକଙ୍କ ସ୍ବପ୍ନ ପୂରଣ ହେବ !
ଆଗକୁ ବାସ କରି ଚନ୍ଦ୍ର ପୃଷ୍ଠରେ
ଲୋକେ ରହିବେ ଭାରି ହସ ଖୁସିରେ !
ଗପର ପୂର୍ଣ୍ଣଛେଦ ଦିନେ ପଡିବ
ଆଈ ମାଆ କାହାଣୀ ସାର୍ଥକ ହେବ !